ଆମେରିକା ଏବେ ଅପହଂଚ ! ନିଯୁକ୍ତି କ୍ଷେତ୍ରରେ ବିଦେଶୀଙ୍କ ଉପରେ କଟକଣା ଲଗାଇବ ଟ୍ରମ୍ପଙ୍କ ଭିସା ବିଲ୍

19

କନକ ବ୍ୟୁରୋ : ଆମେରିକାରେ ଏଣିକି ନିଜ ଦେଶର କର୍ମଚାରୀଙ୍କୁ ମିିଳିବ ଅଧିକ ପ୍ରାଧାନ୍ୟ । ବିଦେଶୀ କର୍ମ କୁଶଳୀଙ୍କୁ ଆମେରିକାରେ ଚାକିରି କରିବା ଆଉ ଏତେଟା ସହଜ ହେବ ନାହିଁ । ଆମେରିକା ଫାଷ୍ଟ ନାରା ଦେଉଥିବା ଡ୍ରମ୍ପ ସରକାର ଆଣିଛନ୍ତି ଏଚ୍ ୱାନ୍ ବି ଭିସା ବିଲ୍ ।

ଆମେରିକା ଫାଷ୍ଟର ନାରା ଦେଇ ହ୍ୱାଇଟ୍ ହାଉସ ଦଖଲ କରିଥିବା ଆମେରିକାର ନୂଆ ରାଷ୍ଟ୍ରପତି ଆଣିଛନ୍ତି ଏଚ୍-ୱାନ୍-ବି ଭିସା ବିଲ୍ । ଏହି ଏଚ୍-ୱାନ୍-ବି ଭିସା ଜରିଆରେ ବିଦେଶର ପେଶାଦାର କର୍ମଚାରୀ ଆମେରିକାରେ ଚାକିରି କରନ୍ତି । ଏହି ବିଲରେ ଏବେ ଆମେରିକାରର ହାଉସ୍ଅପ୍ ରିପ୍ରେଜେନ୍ଟେଟିଭରେ ଆଗତ ହୋଇଛି ।

ଏଚ୍-ୱାନ୍-ବି ଭିସା ବିଲ ଜରିଆରେ ନିଯୁକ୍ତି ପାଉଥିବା କର୍ମଚାରୀଙ୍କୁ ଦରମାକୁ ପ୍ରାୟ ଦୁଇଗୁଣ ବଢ଼ାଇବା ପାଇଁ ଏହି ସଂଶୋଧନରେ ପ୍ରସ୍ତାବ ରହିଛି । ଅର୍ଥାତ୍ ଏହି ଭିସା ଜରିଆରେ ନିଯୁକ୍ତି ପାଉଥିବା ଦକ୍ଷ କୁଶଳୀ କର୍ମଚାରୀଙ୍କ ଦରମା ବାର୍ଷିକ ସର୍ବନିମ୍ନ ୬୦ ହଜାର ଡଲାରରୁ ଏକ ଲକ୍ଷ ୩୦ ହଜାର ଡଲାରକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଭାରତୀୟ ଟଙ୍କା ଅନୁସାରେ ମାସିକ ଦରମା ୩ ଲକ୍ଷ ୪୦ ହଜାର ବଦଳରେ ଏଣିକି ସର୍ବନିମ୍ନ ମାସିକ ଦରମା ରହିବ ୭ ଲକ୍ଷ ୪୦ ହଜାର ।

ଫଳରେ ବିଦେଶରୁ ଦକ୍ଷ କୁଶଳୀ କର୍ମଚାରୀଙ୍କୁ ହାୟର କରିବା ପରିବର୍ତେ ଆମେରିକାର କଂପାନୀ ଗୁଡ଼ିକ ନିଜ ଦେଶର କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅଧିକ ପସନ୍ଦ କରିବେ । ଯାହା ଫଳରେ ଆମେରିକାରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବପୀଢ଼ିଙ୍କୁ ଚାକିରି ମିଳିବା ଏତେଟା ସହଜ ହେବ ନାହିଁ ।

୧୯୮୯ ମସିହାରେ ଆରମ୍ଭ ହୋଇଥିଲା ଏଚ୍-ୱାନ୍-ବି ଭିସା ଆଇନ୍ । ଯେଉଁଥିରେ ସଂଶୋଧନ କରୁଛନ୍ତି ଟ୍ରମ୍ପ ସରକାର । ଯାହାର ମୁଳ ଉଦ୍ଦେଶ୍ୟ ହେଉଛି ନିଯୁକ୍ତି କ୍ଷେତ୍ରରେ ବିଦେଶୀ କୁଶଳୀ କର୍ମଚାରୀଙ୍କ ଉପରେ କଟକଣା ଲଗାଇବା ଓ ଆମେରିକୀୟଙ୍କ ନିଯୁକ୍ତିକୁ ସୁରକ୍ଷିତ କରିବା ।