ଭ୍ରମଣ କରନ୍ତୁ ! ଚାପମୁକ୍ତ ରୁହନ୍ତୁ
ବୁୁଲାବୁଲି କରିବା ପାଇଁ କାହାକୁ ବା ଭଲ ନଲାଗେ । ଆମ ଭିତରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଖୁବ୍ ଭ୍ରମଣପ୍ରିୟ । ସେମାନେ ଏକା ହେଉ ବା ପରିବାର ବା ସାଙ୍ଗସାଥୀଙ୍କ ସହ ହେଉ ଭ୍ରମଣରେ ଯାଆନ୍ତି । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଆପଣଯେତେ ଅଧିକ ଯାତ୍ରା କରିବେ ସେତେ ବେଶୀ ଚାପମୁକ୍ତ ରହିବେ । ଅର୍ଥାତ ନିୟମିତ ଯାତ୍ରା କରୁଥିବା ଲୋକ ଚିନ୍ତାମୁକ୍ତ ରହିଥାଏ ଏବଂ ସେ ସୁଖୀ ହୋଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଓସ୍କାର ଓ୍ଵାଇଲ୍ଡ ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ସେଥିରେ କୁହାଯାଇଛି ଯେ ଯେଉଁମାନେ ଏକାକୀ ଯାତ୍ରା କରିଥାନ୍ତି ସେମାନେ ଅଧିକ ଚାପମୁକ୍ତ ରହିଥାନ୍ତି । ଏଥିରେ କୁହାଯାଇଛି ଯେ ବ୍ୟକ୍ତି ଭ୍ରମଣ ବେଳେ ବିଭିନ୍ନ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇଥାନ୍ତି । ସେମାନଙ୍କ ସହ ନିଜ ଭାବନାକୁ ସେୟାର କରିପାରନ୍ତି । ଖାଲି ସେତିକି ନୁହେଁ, ବ୍ୟକ୍ତି ଅନ୍ୟଠୁ ବି କିଛି ମଜାଦାର କଥା ଜାଣିବାର ସୁଯୋଗ ପାଏ । ପରିଣାମ ସ୍ୱରୂପ ଯାତ୍ରା କରୁଥିବା ଲୋକ ମନରେ ନୂଆ କଥା ଘର କରେ । ଏହା ତାକୁ ଚାପମୁକ୍ତ କରିବାରେ ସହାୟକ ହୋଇଥାଏ ।