ପେଟ୍ରୋଲରୁ ଖାଲି ଗାଡି ଚାଲିନଥାଏ ବରଂ ଭୟଙ୍କର ରୋଗରୁ ବି ମଣିଷ ଶରୀରକୁ କରିଥାଏ ରକ୍ଷା । ଜାଣନ୍ତୁ କିପରି
ଏଯାବତ୍ ଆପଣ ପେଟ୍ରୋଲକୁ ଗାଡି ଚଲାଇବା ପାଇଁ ବ୍ୟବହାର କରିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ପେଟ୍ରୋଲର ଏଭଳି ଏକ ବ୍ୟବହାର ସଂପର୍କରେ ଜଣାଇବୁ ଯାହାକୁ ଆପଣ ପୂର୍ବରୁ କେବେ ଶୁଣିନଥିବେ । ତେବେ ପଢନ୍ତୁ ଏହି ରିପୋର୍ଟ. . . .
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ଏକ ଭିନ୍ନ ଧରଣର ଥେରୋପି, ଯେଉଁଥିରେ ପେଟ୍ରୋଲିୟମ ବାଥ୍ କରାଇ ବଡ ବଡ ରୋଗକୁ ଠିକ୍ କରାଯାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ପେଟ୍ରୋଲିୟମରେ ଆଂଟି ଇନମ୍ପାମେଟୋରି ଏବଂ ଆଂଟିବାୟୋଟିକ୍ ପ୍ରପୋଟିଂଜ ରହିଥାଏ । ନେପଥେଲିନ ଅଏଲ ଏକ ଇର୍ଗାନୀକ କମ୍ପାଉଣ୍ଡ ଅଟେ, ଯାହାକି ଅଶୋଧିତ ତୈଳକୁ ବାହାର କରିବାରେ ସହଯୋଗ କରିଥାଏ ।
ତେବେ ଏଥିରେ ଥିବା କ୍ଷତିକାରକ ଉପାଦାନକୁ ବାହାର କରାଯାଇ , କେବଳ ମେଡିସିନଲ ପ୍ରପୋର୍ଟିଜ ରଖାଯାଇଥାଏ । ଯାହାକୁ ବିଭିନ୍ନ ଜଟିଳ ରୋଗକୁ ଠିକ୍ କରାଇବାରେ ବ୍ୟବହାର କରାଯାଇଥାଏ । ତେବେ ଏଭଳି ଚିକିତ୍ସା ପାଇଁ ପାଖାପାଖି ୧ହଜାର ଡଲାର ଲଗିଥାଏ ।