କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶରେ ବିଜେପିର ବିଜୟ ପଛରେ ଧର୍ମେନ୍ଦ୍ରଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

232

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ । ସରକାର ଗଢିବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳର ପ୍ରମୁଖ ନେତାଙ୍କୁ ଭେଟୁଛନ୍ତି ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ଯେଉଁ କେତେ ଜଣ ପ୍ରମୁଖ ନେତା ଦାୟିତ୍ୱ ତୁଲାଇଥିଲେ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟତମ । ନିର୍ବାଚନ ବେଳେ ବିରୋଧୀଙ୍କର ପ୍ରଭାବ ଅଧିକ ରହିଥିଲା । ହେଲେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଏସବୁକୁ ମାତ୍ ଦେବାରେ ସଫଳ ହୋଇଛି ଦଳ ।

ସେହିପରି ନିର୍ବାଚନ ପୂର୍ବରୁ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଯୋଗୀଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଧର୍ମେନ୍ଦ୍ର ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ କେଶବଙ୍କ ଘରେ ଯୋଗୀଙ୍କୁ ନେଇ ପହଞ୍ଚାଇଥିଲେ । ଆଉ ଏହି ଚର୍ଚ୍ଚାରେ ଗୋଟିଏ ବଡ ବିରାମ ଲଗାଇ ବିରୋଧୀଙ୍କୁ ଦେଇଥିଲେ ବଡ ଚକମା । ସେହିପରି ନିର୍ବାଚନ ବେଳେ ପ୍ରଚାର ପାଖରୁ ଆରମ୍ଭ କରି ବୁଥ ସ୍ତରରେ ଭୋଟ୍ ମ୍ୟାନଜମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଧର୍ମେନ୍ଦ୍ର ବୁଝୁଥିଲୋ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ନିକଟତମ ବ୍ୟକ୍ତି ।

କେବଳ ଉତ୍ତରପ୍ରଦେଶ ନୁହେଁ ପୂର୍ବରୁ ଧର୍ମେନ୍ଦ୍ର ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନ, ଛତିଶଗଡ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ ବିହାରର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଉତ୍ତର ପ୍ରଦେଶରେ ବିଜେପି ବିଜୟୀ ହେବା ପରେ ଦିଲ୍ଲୀ ଆସିଛନ୍ତି ଯୋଗୀ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଓ ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି ଯୋଗୀ ଆଦିତ୍ୟନାଥ ।