ଫେରିଗଲେ ଯବାନ ହେଲେ ସାଥିରେ ନେଇଗଲେ ଭଉଣୀର ସନ୍ତକ…ମହାରାଷ୍ଟ୍ରରେ ବିପନ୍ନଙ୍କୁ ଉଦ୍ଧାର କରିଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଶହ ଶହ ମହିଳା

399

ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । କୁହାଯାଏ ଭାଇ-ଭଉଣୀର ସମ୍ପର୍କର ସନ୍ତକ ଭାବେ ରାକ୍ଷୀର ବେଶ୍ ଗୁରୁତ୍ୱ ରହିଛି । କାହିଁକି ନା ଭଉଣୀର ସୁରକ୍ଷା ପାଇଁ ଭାଇଟିଏ ନିଜ ଜୀବନର ବାଜି ମଧ୍ୟ ଲଗାଇଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯେଉଁମାନେ କି ରକ୍ତ ସମ୍ପର୍କରେ ଭାଇ ଭଉଣୀ ନୁହନ୍ତି କିନ୍ତୁ ଏହିମାନଙ୍କ ଲାଗି ଆଜି ଅନେକଙ୍କ ଜୀବନ ବଞ୍ଚିଯାଇପାରିଛି ।

ମହାରାଷ୍ଟ୍ରରେ ବନ୍ୟାରେ ଫସିଥିବା ବିପନ୍ନଙ୍କୁ ଉଦ୍ଧାର କରିବାରେ ସେନାର ଯବାନମାନେ ମୁତୟନ ହୋଇଥିଲେ । ନିଜ ଜୀବନକୁ ବାଜି ଲଗାଇ ଅନେକ ବନ୍ୟା ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଧିରେ ଧିରେ ସ୍ଥିତି ସୁଧୁରିବାରୁ ଏହି ଯବାନମାନଙ୍କୁ ଫେରିବାକୁ କୁହାଯାଇଥିଲା । ଯାହାପରେ ଯବାନମାନେ ନିଜ ବାଟାଲିୟନ ସହ ଫେରିବାକୁ ବସିଥିଲେ ।

ହେଲେ ଯେଉଁମାନଙ୍କ ଜୀବନ ବଞ୍ଚାଇଥିଲେ ସେମାନେ ଭୁଲିବେ ବା କେମିତି । ଯବାନମାନଙ୍କ ହାତରେ ସାଙ୍ଗଲି ଅଂଚଳର ମହିଳାମାନେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଯବାନ ଭାଇମାନଙ୍କୁ ବିଦାୟ ଦେଇଥିଲେ । ବନ୍ୟା ପାଣିରେ ଜୀବନ-ମୃତ୍ୟୁର ସଂଘର୍ଷ କରୁଥିବାବେଳେ ଏହି ଭାଇମାନେ ସେମାନଙ୍କୁ ବଂଚାଇଥିବାରୁ ଏଠାକାର ମହିଳାମାନେ ଯବାନମାନଙ୍କ ଅବଦାନକୁ ଭୁଲିପାରିନଥିଲେ ।