ମୋବାଇଲରେ କିଏ ଏହି ରହସ୍ୟମୟୀ ସୁନ୍ଦରୀ? ହଠାତ୍ ଭିଡିଓ କଲ କରି ଉଲଗ୍ନ ହେଲେ, ସ୍କ୍ରିନ ସଟ୍ ଓ ଭିଡିଓ କରି ଧମକାଇଲେ

2,154

କନକ ବ୍ୟୁରୋ: ଆପଣଙ୍କ ମୋବାଇଲକୁ ଅଜଣା ନମ୍ବରରୁ କଲ ଆସୁଛି କି? କୌଣସି ଅଜଣା ମହିଳା ଭିଡିଓ କଲ କରୁଛନ୍ତି କି? ଯଦି କଲ ଆସୁଛି ସାବଧାନ ହୋଇଯାଆନ୍ତୁ । ଟିକିଏ ଅସାବଧାନ ହେଲେ ଆପଣ ବି ହୋଇପାରନ୍ତି ବ୍ଲାକମେଲର ଶିକାର । କାରଣ ସାଇବର ଲୁଟେରାମାନେ ଏବେ ରହସ୍ୟମୟୀ ସୁନ୍ଦରୀ ଯୁବତୀମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଆଉ ସେହି ଯୁବତୀମାନେ ଭିଡିଓ କଲ କରି ଭିଡିଓ ବନାଉଛନ୍ତି, ସ୍କ୍ରିନ ସଟ୍ ନେଇଥାନ୍ତି । ଆଉ ତାପରେ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଥାନ୍ତି । କିନ୍ତୁ କନକ ନ୍ୟୁଜ୍ ହାତରେ ଲାଗିଛି ସେମିିତି ଏକ ଏକ୍ସକ୍ଲୁସିଭ୍ ଭିଡିଓ, ଯେଉଁଥିରେ ପ୍ରଥମ ଥର ପାଇଁ ସେହି ରହସ୍ୟମୟୀ ଯୁବତୀଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଛନ୍ତି ।

ଅଚାଚନ ଏମିତି ରିଂ ହୋଇଥିଲା ମୋବାଇଲ୍ । ରିଂ ହେବାରୁ ରିସିଭ୍ କରିଥିଲେ ଅଭିଯୋଗକାରୀ । କଲ ରିସିଭ୍ କରିବା ପରେ ଦେଖିଥିଲେ ଆରପଟେ ଅଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଏହି ଯୁବତୀ ଜଣକ ହେଉଛନ୍ତି ସେହି ଯୁବତୀ ଯିଏ ଭିଡିଓ କଲ କରିଥିଲେ । ପ୍ରଥମେ ମିଠା ମିଠା କଥା କହିଥିଲେ । କିଛି ସମୟ କଥା ହେବା ପରେ ବାଥରୁମକୁ ଯିବାକୁ କହିଥିଲେ । ଆଉ ଏପଟେ ଥିବା ବ୍ୟକ୍ତି ଜଣଙ୍କ ଯୁବତୀଙ୍କ କଥା ଅନୁସାରେ ବି ବାଥରୁମକୁ ଚାଲି ଯାଇଥିଲେ । ତାପରେ ଯୁବତୀ ଜଣଙ୍କ ସବୁ ସୀମା ଟପି ଯାଇଥିଲେ । ସମ୍ପୂର୍ଣ୍ଣ ପୋଷାକ ଖୋଲି ଉଲଗ୍ନ ହୋଇଯାଥିଲେ ଏବଂ ସମ୍ପୁଖରେ ଥିବା ବ୍ୟକ୍ତିଙ୍କୁ ବି ଉଲଗ୍ନ ହେବାକୁ କହିଥିଲେ । ଏସବୁ ଭିତରେ ଏହି ଯୁବତୀ ଜଣଙ୍କ ତାଙ୍କ ଚାଲ୍ ଅନୁସାରେ ଭିଡିଓ ସୁଟ୍ କରିନେଇଥିଲେ । ସ୍କ୍ରିନ ସଟ୍ ବି ନେଇଯାଇଥିଲେ । ତାପରେ ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ । ମେସେଜ କରି ସିଧାସଳଖ ଧମକ ଦେଇଥିଲେ । ମେସେଜ ଦେଇ ଲେଖିଥିଲେ,.

ଓକେ
ଡିଲିଟ୍ ନା ଅପ୍ଲୋଡ୍
କୁହ
ଶୀଘ୍ର କୁହ
ତୁରନ୍ତ କୁହ

ହେଲେ ରହସ୍ୟ ମୟ ସୁନ୍ଦରୀଙ୍କ ଧମକରେ ଡରି ନଯାଇ, ବୁଦ୍ଧ ବଳରେ ବର୍ତି ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ । ଧମକ ଦେଉଥିବା ସୁନ୍ଦରୀଙ୍କୁ ଅଭିଯୋଗକାରୀ ଜଣଙ୍କ ବି ପୋଲିସର ଭୟ ଦେଖାଇଥିଲେ । ମେସେଜ କରି ଲେଖିଥିଲେ..

ସାଇବର କ୍ରାଇମ୍କୁ ତୁମର ଦୁଇଟି ନମ୍ବର ସେୟାର କରୁଛି
କିଛି ଅସୁବିଧା ନାହିଁ
ଡିଲିଟ୍, ହଁ କିମ୍ବା ନା
ମୋତେ ଧମକ ଦିଅନାହିଁ, ଧମକ ଦେଲେ ମୁଁ ଡରିବା ଲୋକ ନୁହଁ
ଠିକ୍ ଅଛି, ଏବେ ତୁମ ଭିଡିଓ ସମସ୍ତଙ୍କୁ ସେୟାର କରୁଛି
ଯଦି ଡିଲିଟ୍ କରିବାର ଅଛି ତ କହିଦିଅ
ଡିଲିଟ୍ କର ନହେଲେ ମୁଁ ବି ସ୍କ୍ରିନ୍ସଟ୍ ନେଇଛି
ମୁଁ ସାଇବର କ୍ରାଇମ୍କୁ ପଠାଇ ଦେବି..

ହେଲେ କିଏ ଏହି ସୁନ୍ଦରୀ ଯୁବତୀ? କେହି ଜାଣନ୍ତି ନାହିଁ । କେଉଁଠୁ ଅପରେଟ୍ କରନ୍ତି ସେ ନେଇ କାହା ପାଖରେ କିଛି ତଥ୍ୟ ନାହିଁ । କିନ୍ତୁ ଆପଣ ଟିକିଏ ଅସାବଧାନ ହେଲେ ବ୍ଲାକମେଲର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଅଜଣା ନମ୍ବରରୁ ଭିଡିଓ କଲ ଆସୁଥିଲେ କଣ କରିବେ, କେମିତି ବର୍ତିବେ? ଦେଖନ୍ତୁ କଣ କହୁଛନ୍ତି ସାଇବର ବିଶେଷଜ୍ଞ ।

ଗତ କିଛି ଦିନ ତଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜଣେ ବ୍ୟାଙ୍କ ଅଧିକାରୀ ଏମିତି ବ୍ଲାକମେଲର ଶିକାର ହେବା ପରେ ୨୬ଲକ୍ଷ ଟଙ୍କା ହରାଇଥିଲେ । ଲୋକଲଜ୍ଜା ଭୟରେ ଶେଷରେ ଆତ୍ମହତ୍ୟା କରିଥିଲେ ।