ଶପଥ ଗ୍ରହଣକୁ ୩ ଦିନ ବିତିଲାଣି , ଏଯାଏଁ ମିଳୁନି ବିଭାଗ । ଛିଡୁନି ଭାଗବଣ୍ଟା ଅଙ୍କ ।

1,154

କନକ ବ୍ୟୁରୋ: ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥଗ୍ରହଣକୁ ତିନି ଦିନ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ଘୋଷଣା ହୋଇନି ବିଭାଗ । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢ଼ିଛି, ତେଣୁ କିଏ କେଉଁ ବିଭାଗ ପାଇବ ଏହାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ । ସାଧାରଣ ଭାବେ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଦିନ କିମ୍ବା ତା’ର ପରଦିନ ବିଭାଗ ବଣ୍ଟନ ହୋଇଯାଏ । କିନ୍ତୁ ତିନି ଦିନ ପରେ ବି ବିଭାଗ ବଂଟା ହୋଇପାରିନଥିବାରୁ ବିଭାଗ ଭାଗବଂଟା ନେଇ ଅଙ୍କ ଛିଡୁନଥିବା କୁହାଯାଉଛି । ତେବେ ମନ୍ତ୍ରୀ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରିମଣ୍ଡଳ ରୂପରେଖ ନେଇ ନିଷ୍ପତ୍ତି ସରିଛି । ଯେକୌଣସି ମୁହର୍ତ୍ତରେ ରାଜ୍ୟପାଳଙ୍କ ଅଫିସରୁ ଏହି ତାଲିକା ଆସିପାରେ ।

ମିଳିଥିବା ସୂଚନା ମୁତାବକ, ଗୃହ ଓ ସାଧାରଣ ପ୍ରଶାସନ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ରଖିପାରନ୍ତି । ସେହିପରି ୨ ଉପ-ମୁଖ୍ୟମନ୍ତ୍ରୀ ପାଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗ ସୁରେଶ ପୂଜାରୀଙ୍କୁ ଅର୍ଥ ବିଭାଗ ମିଳିପାରେ । ୪ ଥର ବିଧାୟକ ହୋଇଥିବା ରବି ନାୟକଙ୍କୁ ବଡ଼ ବିଭାଗ ମିଳିପାରେ । ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପଞ୍ଚାୟତିରାଜ ବିଭାଗ ଦିଆଯାଇପାରେ । ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିପାରେ ସ୍ୱାସ୍ଥ୍ୟ ବିଭାଗ । ବିଭୂତି ଭୂଷଣ ଜେନା ପାଇପାରନ୍ତି ସମବାୟ । ଗତ ବୁଧବାର ଦିନ ୮କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି ।