ମୋହନ ସରକାରଙ୍କ ପାଇଁ କ’ଣ ରହିବ ପ୍ରମୁଖ ଚ୍ୟାଲେଞ୍ଜ । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ କିପରି କରିବେ ପୂରଣ?

653

କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଆସିବା ପରେ ସରକାରଙ୍କ ପାଇଁ ଆଗକୁ ଅନେକ ଚ୍ୟାଲେଞ୍ଜ ରହିବ । କାରଣ ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଦଳ ଆସିଛି ତାହା କିପରି ଓ କେବେ ପୂରଣ ହେବ ତା ଉପରେ ନଜର ରହିଛି । ସରକାର ହେବାର କିଛି ଘଣ୍ଟା ମଧ୍ୟରେ ୪ ଦ୍ୱାରା ଖୋଲାଯାଇଥିଲା । ଏହା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଥିଲା । ଏବେ ବାକି ପ୍ରତିଶ୍ରୁତି କିପରି କରାଯିବ ତାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ସେପଟେ ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ତିନି ଦିନ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ଘୋଷଣା ହୋଇନି ବିଭାଗ । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢ଼ିଛି, ତେଣୁ କିଏ କେଉଁ ବିଭାଗ ପାଇବ ଏହାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ । ସାଧାରଣ ଭାବେ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଦିନ କିମ୍ବା ତା’ର ପରଦିନ ବିଭାଗ ବଣ୍ଟନ ହୋଇଯାଏ । କିନ୍ତୁ ୪ ଦିନ ହୋଇଗଲେ ବି ବିଭାଗ ବଣ୍ଟା ହୋଇପାରିନଥିବାରୁ ବିଭାଗ ଭାଗବଣ୍ଟା ନେଇ ଅଙ୍କ ଛିଡୁନଥିବା କୁହାଯାଉଛି । ତେବେ ମନ୍ତ୍ରୀ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରର ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରିମଣ୍ଡଳ ରୂପରେଖ ନେଇ ନିଷ୍ପତ୍ତି ସରିଛି । ଯେକୌଣସି ମୁହୂର୍ତରେ ରାଜ୍ୟପାଳଙ୍କ ଅଫିସରୁ ଏହି ତାଲିକା ଆସିପାରେ ।

ମିଳିଥିବା ସୂଚନା ମୁତାବକ, ଗୃହ ଓ ସାଧାରଣ ପ୍ରଶାସନ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ରଖିପାରନ୍ତି । ସେହିପରି ୨ ଉପ-ମୁଖ୍ୟମନ୍ତ୍ରୀ ପାଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗ ସୁରେଶ ପୂଜାରୀଙ୍କୁ ଅର୍ଥ ବିଭାଗ ମିଳିପାରେ । ୪ ଥର ବିଧାୟକ ହୋଇଥିବା ରବି ନାୟକଙ୍କୁ ବଡ଼ ବିଭାଗ ମିଳିପାରେ । ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପଂଚାୟତିରାଜ ବିଭାଗ ଦିଆଯାଇପାରେ । ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିପାରେ ସ୍ୱାସ୍ଥ୍ୟ ବିଭାଗ । ବିଭୂତି ଭୂଷଣ ଜେନା ପାଇପାରନ୍ତି ସମବାୟ । ଗତ ବୁଧବାର ଦିନ ୮କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି ।