ଏସଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମିଳିଥାଏ କେଉଁ ଚାକିରି? କେଉଁ ଚାକିରିରେ କେତେ ରହିଥାଏ ଦରମା? ଜାଣନ୍ତୁ କଣ ରହିଛି ସରକାରଙ୍କ ନିୟମ

3,704

କନକ ବ୍ୟୁରୋ : ଏସଏସସି, ଷ୍ଟାଫ ସିଲେକ୍ସନ କମିଶନ ଅଥବା କର୍ମଚାରୀ ଚୟନ ଆୟୋଗ । ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ରୀ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଦୀର୍ଘବର୍ଷ ଧରି ବହୁ ପ୍ରସ୍ତୁତ ହୋଇ ମଧ୍ୟ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇନଥାନ୍ତି । ମାତ୍ର ପ୍ରତିବର୍ଷ ହଜାର ହଜାର ସରକାରୀ ପଦବୀ ପାଇଁ ଏସଏସସି ପରୀକ୍ଷା ହୋଇଥାଏ ଏବଂ ନିଯୁକ୍ତି ମଧ୍ୟ ଦିଆଯାଏ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ବିଭିନ୍ନ ପଦବୀ ତଥା ସିଏଜି,ଆକାଉଣ୍ଟାଣ୍ଟ, କ୍ଲରର୍କ ଏବଂ ଶସସ୍ତ୍ର ପୁଲିସ ବାହିନୀ ଭଳି ବିଭିନ୍ନ ଚାକିରୀ ପାଇଥାନ୍ତି ।

ଏସଏସସି ସିଜିଏଲ ଏକ୍ସାମ ଅଥବା କମ୍ବାଇଣ୍ଡ ଗ୍ରାଜୁଏଟ ଲେବଲ ଏକ୍ସାମ । ଯାହାକି ଏସଏସସି ପକ୍ଷରୁ କରାଯାଇଥାଏ । ପ୍ରତିବର୍ଷ ସ୍ନାତକତୋର ସ୍ତରର ପରୀକ୍ଷା ଆୟୋଜନ କରାଯାଇଥାଏ । ଏହା ମାଧ୍ୟମରେ ପେ-ଲେବଲ ୪ ଠାରୁ ପେ ଲେଭଲ ୮ ପର୍ଯ୍ୟନ୍ତ ପୋଷ୍ଟ ପାଇଁ ପରୀକ୍ଷା ହୋଇଥାଏ । ଏବଂ ଉତୀର୍ଣ୍ଣ ହେଉଥିବା ପିଲାମାନେ ବିଭିନ୍ନ ପଦବୀରେ ଭର୍ତ୍ତି ହୋଇଥାନ୍ତି । ତେବେ ଏଥିରେ ଉତୀର୍ଣ୍ଣ ହୋଇଥିବା କ୍ୟାଣ୍ଡିଡେଟମାନେ ଆସିଷ୍ଟାଣ୍ଟ ଅଡିଟ୍ ଅଫିସର, ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଇନକମ ଟ୍ୟାକ୍ସ ଇନସ୍ପେକ୍ଟର ଭଳି ପୋଷ୍ଟ ରହିଥାଏ ।

ଏସଏସସି ସିଏଚଏସଏଲ ଅଥବା କମ୍ବାଇଣ୍ଡ ହାଇୟର ସେକଣ୍ଡାରୀ ଲେବଲ ଏଗ୍ଜାମ । ମିଳିତ ଉଚ୍ଚ ମାଧ୍ୟମିକ ସ୍ତରର ଏହି ପରୀକ୍ଷା ହୋଇଥାଏ । ସରକାରୀ ଚାକିରୀ ଖୋଜୁଥିବା ଦ୍ୱାଦଶ ପାସ ଫର୍ମ ପକାଇ ପାରିବେ । ଏହି ପରୀକ୍ଷା ମାଧ୍ୟମରେ ଲୋୟର ଡିଭିଜନ କ୍ଲର୍କ, ଡାକ ସହାୟକ, ଡାଟା ଏଣ୍ଟ୍ରି ଅପରେଟର ଭଳି ପଦବୀ ନିଯୁକ୍ତ କରାଯାଏ । ଏହି ପଦବୀରେ ନିଯୁକ୍ତି ପରେ ପେଲେଭ-୨ ଏବଂ ପେଲେଭଲ-୪ ଦରମା ଉପଲବ୍ଧ ହୋଇଥାଏ ।

ଏସଏସସି ଜିଡି କନଷ୍ଟେବଳ । ଏସଏସସି ପ୍ରତିବର୍ଷ ସଶସ୍ତ୍ର ପୁଲିସ ଫୋର୍ସରେ କନଷ୍ଟେବଳ ଡିଜିର ହଜାର ହଜାର ପଦବୀ ପାଇଁ ନିଯୁକ୍ତି କରିଥାଏ । ତେବେ ଏଥିରେ ନିଯୁକ୍ତି ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ ଆବଶ୍ୟକ ହୋଇଥାଏ । ପ୍ରତିବର୍ଷ ହାଇସ୍କୁଲ ପାସ କରିଥିବା ମଲ୍ଟି ଟାସ୍କିଂ ଷ୍ଟାଫ ଏବଂ ହାଭିଲଦାର ପଦବୀରେ ନିଯୁକ୍ତି ହୋଇଥାନ୍ତି । ଏହା ଏକ ସାଧାରଣ କେନ୍ଦ୍ରୀୟ ସେବା ଗ୍ରୁପ ସି ପଦବୀ । ଯାହାର ଦରମା ଜୋ- ପେ ବ୍ୟାଣ୍ଡ ୨ହଜାରରୁ ୨୦ହଜାର ୨ଶହ । ଗ୍ରେଡ୍ ପେ ୧୮ ହଜାର ଅନ୍ତର୍ଗତ । ଏମଟିଏସର ଟେକହୋମ ଦରମା ୨୦ ହଜାରରୁ ୨୪ ହଜାର ମଧ୍ୟରେ ରହିଥାଏ ।

ଏସଏସସି ସିପିଓ । ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନରେ ସବ ଇନପେକ୍ଟର ପଦବୀ ନିଯୁକ୍ତି ପାଇଁ ଏସପିସି ଦ୍ୱାରା ସିପିଓ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥାଏ । ଏହି ନିଯୁକ୍ତି ମାଧ୍ୟମରେ ଦିଲ୍ଲୀ ପୁଲିସର ସବ ଇନପ୍ଟେକର ଏକ୍ସିକ୍ୟୁଟିଭ, ସିଏପିଏଫରେ ସବଇନ୍ସପ୍ଟେର ଡିଜି ଏବଂ ସିଏସଏଫରେ ଆସିଷ୍ଟାଣ୍ଟ ସବ ଇନ୍ସିପେକ୍ଟର ଏକଜିକ୍ୟୁଟିଭ ପଦବୀ ପାଇଁ ନିଯୁକ୍ତି ଦିଆଯାଇଥାଏ । ତେବେ ଏହି ପଦବୀ ପାଇଁ ପ୍ରାର୍ଥୀମାନେ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ ।