୨୩ ତାରିଖରେ ୪୫ଟି ବୁଥରେ ହେବ ସାନି ମତଦାନ । ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ

136

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ୪୫ଟି ବୁଥରେ ହେବ ସାନି ମତଦାନ । ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ ହୋଇପାରିନଥିଲା, ସେହି ବୁଥରେ ପୁଣିଥରେ ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ମତଦାନ ହୋଇପାରିନଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥରେ ଭୋଟ୍ ପଡିନଥିଲା । ତେଣୁ ଏହି ୪୫ଟି ବୁଥରେ ଆସନ୍ତା ୨୩ ତାରିଖ ଭୋଟ୍ ପଡିବା ନେଇ ନିଷ୍ପତ୍ତି ନିଆଯାଇଛି ।