ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା ।

101

କନକ ବ୍ୟୁରୋ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ଘୋଷଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପରଦିନ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ନେଇଥାଆନ୍ତି । ଗତକାଲି ବିଧିବଦ୍ଧ ଭାବେ ରୀତିନୀତି ଅନୁସାରେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଛି । ରଥ ଉପରେ ଅଗଣିତ ଦର୍ଶକଙ୍କୁ ଦର୍ଶନ ଦେଉଛନ୍ତି ଚୁତୁର୍ଦ୍ଧା ମୂରତି । କରୋନା କାରଣରୁୁ ଦୁଇ ବର୍ଷ ଧରି ବାରିପଦା ରଥଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦୁଇ ଦିନ ଧରି ଏଠାରେ ରଥ ଟଣା ହୋଇଥାଏ । ରଥାରୁଢ ଠାକୁରଙ୍କୁ ଦର୍ଶନ ପାଇଁ ବାରିପଦା ରଥ ପଡ଼ିଆରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।