ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତକକୁ ମନ୍ଦିର ପାହାଚରେ ଛାଡି ଚାଲିଗଲା ମାଆ ।

479

କନକ ବ୍ୟୁରୋ: ମରିଗଲା ମାଆର ମମତା । ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ଜନ୍ମଦାତ୍ରୀ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଙ୍ଗା ଅଞ୍ଚଳର ଶିବ ମନ୍ଦିରରେ । ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ ଦେଖିଥିଲେ । ପ୍ରବଳ ଶୀତରେ ନବଜାତକ କାନ୍ଦୁଥିବା ଦେଖି ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇଁ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭିମସାର ମେଡିକାଲ ପଠାଇଛନ୍ତି ।