ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ,ହଟିବ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ ,ସବୁ ଡିଜିପିଙ୍କ ସହ ଗୃହମନ୍ତ୍ରାଳୟର ଆଲୋଚନା ।

1,913

କନକବ୍ୟୁରୋ: ଜୁଲାଇ ପହିଲାରୁ ହଟିବ ବ୍ରିଟିସ ଆଇନ । ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା ।

କୋଡ ଅଫ୍ କ୍ରିମିନାଲ ପେୟାସିଜିଅର ପରିବର୍ତେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତେ ଲାଗୁ ହେବ ଭାରତୀୟ ସାକ୍ଷ୍ୟ ।ନୂଆ ନିୟମକୁ କାର୍ଯ୍ୟକାର କରିବା ପାଇଁ ଯେଉଁ ସବୁ ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚ ଆଡିସନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଦ୍ୟ ଗଠନ କରାଯାଇଛି । କେନ୍ଦ୍ର ଗୃ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି ।