ଶୀଘ୍ର ବିବାହର ଇଚ୍ଛା ହେଲା କାଳ: ଗଣିଲେ ୨୫ ହଜାର ଟଙ୍କାର ତଣ୍ଡ!

698

କନକ ବ୍ୟୁରୋ : ସୁପ୍ରିମ କୋର୍ଟ ଆଜି ଏକ ମାମଲାକୁ ଖାରଜ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମିଳିଥିବା ସୂଚନା ଅନୁସାରେ କୋର୍ଟରେ ଜଣେ ଓକିଲ ଏକ ମାମଲା ଦାୟର କରିଥିଲେ । ସେହି ମାମଲାରେ କୋର୍ଟଙ୍କୁ ପୁଅ ମାନଙ୍କର ବିବାହର ବୟସ ୧୮ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ କୋର୍ଟ ଏହି ମାମଲାକୁ ଖାରଜ କରିବା ସହ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଜୋରିମାନା କରିବା ସହ ବିରକ୍ତ ପ୍ରକାଶ କରିଥିବା ସୂଚନା ମିଳିଛି । ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ଯୁକ୍ତି ଅନୁସାରେ ଯଦି ସେନାରେ ଭର୍ତି ହେବା ପାଇଁ ୧୮ ବୟସ ହେବା ଦରକାର ଏହାସହ ମତଦାନ କରିବା ପାଇଁ ମଧ୍ୟ ସମାନ ବୟସ ଦରକାର ।

 

ତେବେ ବିବାହ ପାଇଁ ୧୮ ବୟସକୁ କାହିଁକି ଆଇନ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ମାମଲା ରୁଜୁ କରିଥିବା ଓଳିଲଙ୍କର ଯୁକ୍ତିରେ କୋର୍ଟ ବିରକ୍ତ ପ୍ରକାଶ କରିବା ସହ ମାମଲାକୁ ଖାରଜ କରିଥିଲେ । ଏହାସହ କୋର୍ଟ କହିଛନ୍ତି ଯଦି କୌଣସି ୧୮ ବୟସର ପୁଅ ଏପରି ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରେ ତେବେ ଏହା ଉପରେ ବିଚାର କରାଯିବ । ଏହାସହ କୋର୍ଟ ସେହି ମାମଲା ଆବେଦନ କରିଥିବା ଓକିଲଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି ।