ସାକ୍ଷାତ୍ କର ଚାକିରି ପାଅ ! ପାରାଦୀପ ପୋର୍ଟରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ, ଆଶାୟୀପ୍ରାର୍ଥୀଙ୍କ ପାଇଁ ରଖାଯାଇନାହିଁ କୌଣସି ବୟସସୀମା
ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ପାରାଦୀପ ପୋର୍ଟ ଟ୍ରଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ବଡ କଥା ହେଲାକି, ଏଥିରେ କାମ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ବିନା କୌଣସି ପରୀକ୍ଷା ଦେଇ ତଥା ଇଂଟରଭିୟୁ ଜରିଆରେ ହିଁ ସିଧାସଳଖ ଚାକିରି ପାଇପାରିବେ । ସେହିପରି ଏଥିପାଇଁ ଆବେଦନକାରୀଙ୍କର କୌଣସି ନିର୍ଦ୍ଧାରିତ ବୟସସୀମା ରଖାଯାଇନାହିଁ । ତେବେ ନିମ୍ନରେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ୱେବସାଇଟ: www.paradipport.gov.in
ପଦବୀ ସଂଖ୍ୟା: ୧୦
ପଦବୀ ସଂପର୍କିତ ତଥ୍ୟ: ପାଇଲଟ୍, ଡେପୁଟି ସିଏମଓ ଏବଂ ମେଡିକାଲ ଅଫିସର
ଶିକ୍ଷାଗତ ଯୋଗ୍ୟତା: ପଦାନୁସାରେ
ଠିକଣା: ପାରାଦୀପ ପୋର୍ଟ ଟ୍ରଷ୍ଟ, ପୋଷ୍ଟ ଅଫିସ-ପରାଦୀପ ପୋର୍ଟ, ଜିଲ୍ଲା-ଜଗତସିଂହପୁର, ଓଡିଶା-୭୫୪୧୪୨
ବୟସ ସୀମା: ସର୍ବାଧିକ ୪୦ ରୁ ୬୫ ବର୍ଷ (ପଦାନୁସାରେ)
କିପରି କରିବେ ଆବେଦନ: ସଂପୂର୍ଣ୍ଣ ରୂପେ ପୁରଣ ହୋଇଥିବା ଆବେଦନ ପତ୍ର ସହିତ କୁହାଯାଇଥିବା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ସାଥିରେ ଧରି ୱାର୍କ ଇନ ଇଂଟରଭିୟୁ ପାଇଁ ଦିଆଯାଇଥିବା ଠିକଣାରେ ଉପସ୍ଥିତ ହୋଇପାରିବେ ।
ସାକ୍ଷାତକାର ତାରିଖ: ୦୭ ଜୁନରୁ ୧୦ ଜୁଲାଇ, ୨୦୧୮ (ସକାଳ ୧୧ଟାଠାରୁ ଆରମ୍ଭ)