ସରକାରଙ୍କ ବଡ ନିଷ୍ପତି : ଏଣିକି ଚେକ୍ ବାଉନ୍ସ ହେଲେ ମିଳିବନି ତ୍ରାହି, ଜେଲ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା
ଏଣିକି ଚେକ୍ ବାଉନ୍ସ ହେଲେ ତ୍ରାହି ମିଳିବନି । ସରକାର ଚେକ୍ ବାଉନ୍ସ ହେବା ପରିସ୍ଥିତିରେ ଚେକ ଜାରି କରୁଥିବା ଦ୍ୱାୟିତ୍ୱାଧିନ ଉଦ୍ଦେଶ୍ୟରେ Negotiable Instruments (ସଂଶୋଧନ) ବିଧେୟକ,୨୦୧୭କୁ ସୋମବାର ଦିନ ଲୋକସଭାରେ ପାରିତ ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରାଜ୍ୟ ଅର୍ଥମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ଏହି ବିଧେୟକ ଉପରେ ହୋଇଥିବା ଚର୍ଚ୍ଚାର ଉତର ରଖିବାକୁ ଯାଇ କହିଛନ୍ତି କି, କୋର୍ଟରେ ମକଦମା ଚାଲୁଥିବା ବେଳେ ପୀଡିତା ପକ୍ଷକୁ ଯେଭଳି କୌଣସି ପ୍ରକାରର କ୍ଷତି ନପହଂଚୁ, ସେଥିପାଇଁ ୨୦ ପ୍ରତିଶତ ମଧ୍ୟବର୍ତ୍ତି କାଳୀନ ରାଶିକୁ ୬୦ ଦିନ ଭିତରେ ପେମେଂଟ କରାଯିବାର ବାଧ୍ୟତାମୂଳକ କରାଯିବ ।
କୋର୍ଟକୁ ଚେକ ଜାରି କରିବା ଉପରେ ଜରିମାନା ଲଗାଇବାର ଅଧିକାର ଦିଆଯାଇଛି । ସେ ଆହୁରୀ ମଧ୍ୟ କହିଛନ୍ତି କି, ଚେକ୍ ବାଉନ୍ସ ହେବା ଦ୍ୱାରା ଦଣ୍ଡ ବ୍ୟବସ୍ଥା ରହିଛି, କିନ୍ତୁ ଏଭଳି ପ୍ରକାରର ମାମଲାରେ ଅପିଲ କରିବାର ନିୟମ ହେବା କାରଣରୁ ପେଣ୍ଡିଂ ମାମାଲାଗୁଡିକର ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହାଦ୍ୱାରା ଚେକର ବିଶ୍ୱସନୀୟତା ହ୍ରାସ ପାଇବାରେ ଲାଗିଛି ଏବଂ ଦିନକୁ ଦିନ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି । ସେ କହିଛନ୍ତି କି, ଏହି ସଂଶୋଧନ ଦ୍ୱାରା ପୀଡିତ ପକ୍ଷକୁ ତ୍ୱରିତ ନ୍ୟାୟ ମିଳିପାରିବ ଏବଂ ଚେକର ବିଶ୍ୱନୀୟତା ଏବଂ ବ୍ୟବସାୟ ସୁଗମତା ବୃଦ୍ଧି ପାଇବ ।