ଜନସନ ବେବି ପାଉଡରରୁ ମହିଳାଙ୍କୁ ହେଉଛି କ୍ୟାନସର ! ୩୨ ହଜାର କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଦେଲା ନିର୍ଦ୍ଦେଶ

427

ସାରା ବିଶ୍ୱର ବେବି କେୟାର ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜନସନ ଆଣ୍ଡ ଜନସନ ବେବି କଂପାନୀ । ଯାହାର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ନାମ ଅର୍ଜନ କରିଥିବା ଏହି ପ୍ରଭାବଶୀଳୀ କଂପାନୀ ତଥା ଜନସନ ଆଣ୍ଡ ଜନସନ ବେବି କଂପାନୀ ନାଁରେ ବି ରହିଛି ସାଂଘାତିକ ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ଏହି ଜନସନ ଆଣ୍ଡ ଜନସନ ବେବି ପାଉଡର କାରଣରୁ ଗର୍ଭାଶୟ କ୍ୟାନସର ହେଉଥିବା କିଛି ମହିଳାମାନେ ଅଭିଯୋଗ କରିଛନ୍ତି । ଆଉ ମହିଳାଙ୍କ ଏହି ଅଭିଯୋଗକୁ ଭିତ୍ତି କରି ଆମେରିକାର St. Louis Circuit Court of Missouri Province କଂପାନୀକୁ ପୀଡିତ ମହିଳାଙ୍କୁ ୪.୬୯ ଆରବ ଡଲାର (ଭାରତୀୟ ମୁଦ୍ରାର ପାଖାପାଖି ୩୨ ହଜାର କୋଟି ଟଙ୍କା) କ୍ଷତିପୂରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛି । ପୀଡିତ ମହିଳାଙ୍କ କହିବା କଥା ହେଲା କି, ତାଙ୍କୁ ଜନସନ ଆଣ୍ଡ ଜନସନ ବେବି ପାଉଡରରେ ଉପଲବ୍ଧ asbestos କାରଣରୁ ଗର୍ଭାଶୟ କ୍ୟାନସର (Ovarian cancer) ହୋଇଛି ।

ବର୍ତମାନ ସମୟରେ ଜନଜନ ଆଣ୍ଡ ଜନସନ କଂପାନୀ ବିରୋଧରେ ପାଖାପାଖି ୯,୦୦୦ଟି ମାମଲା ପୃଥକ ପୃଥକ କୋର୍ଟରେ ରହିଛି । ଏହି ମାମଲାକୁ ଭିର୍ତ୍ତି କରି ପାଉଡରରେ ମିଶାଯାଉଥିବା asbestos କାରଣରୁ ହିଁ ମହିଳାମାନଙ୍କୁ ଗର୍ଭାଶୟ କ୍ୟାନସର ହେବା ନେଇ ଖବର ସାମ୍ନାକୁ ଆସିବା ପରେ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା । ସେପଟେ ସମସ୍ତ ମାମଲାକୁ ଖଣ୍ଡନ କରିଛନ୍ତି କଂପାନୀ । ଜନସନ ଆଣ୍ଡ ଜନସନ ଦ୍ୱାରା ନିଜ ପାଉଡର ଏବଂ ସମ୍ବନ୍ଧିତ ଉତ୍ପାଦ କାରଣରୁ କ୍ୟାନସର ହେବାର ଅଭିଯୋଗକୁ ଖଣ୍ଡନ କରିଛି । କଂପାନୀ ଏମାମଲାରେ ସଫେଇ ଦେଇ କହିଛି କି, ସେମାନେ ବହୁ ଯାଂଚ ପରଖି ତାଙ୍କର ସମସ୍ତ ପ୍ରଡକ୍ଟ ପ୍ରସ୍ତୁତ କରନ୍ତି ଆଉ ବେବି ପାଉଡର ମଧ୍ୟ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ବୋଲି କଂପାନୀ ଯୁକ୍ତି ବାଢିଛି । ଏଥିସହିତ ହିଁ କଂପାନୀ ଆହୁରୀ ମଧ୍ୟ କହିଛି କି, ପୂର୍ବରୁ ଏପ୍ରକାରର ନିଷ୍ପତିକୁ ଉଚ୍ଚ ନ୍ୟାୟାଳୟମାନଙ୍କ ଦ୍ୱାରା ଉଭୟ ଟେକନିକାଲ ଏବଂ ଲିଗାଲ୍ ଗ୍ରାଉଣ୍ଡରେ ପରିବର୍ତ୍ତନ କରାଯାଇଛି ।

ଗତ ୧୨ ତାରିଖରେ କୋର୍ଟ ଶୁଣାଇଥିବା ନିଷ୍ପତିରେ ଯେଉଁଠି ୫୫୦ ମିଲିୟନ ଡଲାର କ୍ଷତିପୂରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ସେହିପରି ୪.୧୪ ବିଲିୟନ ଡଲାର କଂପାନୀ ଉପରେ ଦଣ୍ଡସ୍ୱରୂପ ଲଗାଯାଇଛି । ଜନସନ ଆଣ୍ଡ ଜନସନ ଦ୍ୱାରା ଜାରି ପ୍ରତିକ୍ରିୟାରେ କୁହାଯାଇଛି କି, କୋର୍ଡରେ ହୋଇଥିବା ଏଭଳି ନିଷ୍ପତି ଟ୍ରାଏଲ ପକ୍ଷପାତି ଥିଲା ଏବଂ କଂପାନୀ ଏହା ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ।

ସେହିପରି, ତଳ ଅଦାଲତରେ ଏହି ନିଷ୍ପତି ପୂର୍ବରୁ ପାଖାପାଖି ୫ ସପ୍ତାହ ପର୍ଯ୍ୟନ୍ତ ୧୨ରୁ ଅଧିକ ବିଶେଷଜ୍ଞଙ୍କ ବୟାନ ଦାଖଲ କରାଯାଇଥିଲା । ଏହି ବିଶେଷଜ୍ଞ ଉଭୟ ପକ୍ଷ ତରଫରୁ କୋର୍ଟରେ ପ୍ରସ୍ତୁତ ହୋଇଥିଲା । ପୀଡିତ ମହିଳାମାନଙ୍କ ଦ୍ୱାରା କୋର୍ଟରେ କୁହାଯାଇଥିଲା କି ସେମାନେ ବହୁ ଦିନ ଧରି ଜନସନ ଆଣ୍ଡ ଜନସନ ବେବି ପାଉଡର ଏବଂ କଂପାନୀର ବାକି ପ୍ରଡକ୍ଟ ବ୍ୟବହାର କରିଆସୁଛନ୍ତି । ଯେଉଁ କାରଣରୁ ସେମାନେ ଏହି ରୋଗରେ ପୀଡିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।