ଚାଇନାରେ ଭାଇରାଲ ହେଲା ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜ୍ ! ଚୀନ ହେଲା କୁକୁଡ଼ା, ପାକିସ୍ତାନ ହେଲା ଚିଆଁ

50

ଇଣ୍ଡିଆ ଟୁଡେ ମାଗାଜିନର ପ୍ରଚ୍ଛଦ ପୃଷ୍ଠା ସର୍ବଦା ଚର୍ଚ୍ଚାର ବିଷୟ ହୋଇଥାଏ । ଅନେକ ସମୟରେ ଏହାକୁ ନେଇ ମଧ୍ୟ ବିବାଦ ଉପୁଜିଥାଏ । ଏଥରକ ବି ମାଗାଜିନର ୩୧ ଜୁଲାଇ ପ୍ରଚ୍ଛଦ ପୃଷ୍ଠା ଚର୍ଚ୍ଚାରେ ରହିଛି ଏବଂ ସେ ପୁଣି ଚୀନରେ । ଆପଣଙ୍କୁ ଜଣାଥିବା କି କିଛି ଦିନହେଲା ଭାରତ ଏବଂ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଆଉ ଏତିକି ବେଳେ ଚୀନର ସୋସିଆଲ ମିଡିଆରେ ଭାରତୀୟ ଗଣମାଧ୍ୟମ ତଥା ଇଣ୍ଡିଆ ଟୁଡେ ମାଗାଜିନର କଭର ଫଟୋକୁ ନେଇ ସୃଷ୍ଟି ହୋଇଛି ଖଣ୍ଡଯୁଦ୍ଧ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଜୁଲାଇ ୩୧ ସଂସ୍କରଣ ପାଇଁ ଇଣ୍ଡିଆ ଟୁଡେ ମାଗାଜିନର ପ୍ରଚ୍ଛଦ ପୃଷ୍ଠାଟି ଏବେ ଚୀନର ବିଭିନ୍ନ ସୋସିଆଲ୍ ସାଇଟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ‘ଚୀନର ମାନଚିତ୍ରକୁ ଲାଲ୍ ରଙ୍ଗର କୁକୁଡ଼ା ଭଳି ଚିତ୍ରଣ କରାଯିବା ସହିତ ତା’ର ଠିକ୍ ତଳକୁ ପାକିସ୍ତାନ ମାନଚିତ୍ରକୁ ସବୁଜ ରଙ୍ଗର କୁକୁଡ଼ା ଚିଆଁ ଭଳି ଚିତ୍ରଣ କରାଯାଇଛି । ପୁଣି ତା’ସହିତ ରହିଛି ଚୀନର ନୂଆ କୁକୁଡ଼ା ଚିଆଁ । ଯାହା ପାକିସ୍ତାନକୁ ଇଙ୍ଗୀତ କଲା ଭଳି ଦର୍ଶାଯାଇଛି । ଆଉ ଲେଖାଯାଇଛି ଚୀନ ପାକିସ୍ତାନକୁ କିଣି ନେଇ ସାରିଛି ନିଜ ସ୍ୱାର୍ଥ ପାଇଁ, ଯାହା ଭାରତ ପାଇଁ ଚିନ୍ତାର ବିଷୟ’ ।

ଏହି ପ୍ରଚ୍ଛଦ ପୃଷ୍ଠାର ଚିତ୍ରକୁ ଦେଖି ଚୀନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସବୁଠାରୁ ବଡ଼ କଥା ହେଲା, କୁକୁଡ଼ା ହେବାର ଚୀନର କୌଣସି ଆପତ୍ତି ନାହିଁ ବରଂ ଚିତ୍ରରେ ତିବତ ଏବଂ ତାଲିବାନକୁ ତା’ର ଅଂଶ ଭାବରେ ଦର୍ଶାଯାଇନଥିବାରୁ ଏଥିପାଇଁ ଚୀନ ଆପତ୍ତି ଉଠାଇଛି ।

ଖାଲି ସେତିକି ନୁହେଁ ଚୀନ ପୁଣି ମଧ୍ୟ କହିଛି, ‘ଫଟୋରେ ଯାହା ଦର୍ଶାଯାଇଛି ତାହା ସଂପୂର୍ଣ୍ଣ ଅସମ୍ଭବ । ତେଣୁ ଭାରତ ଏପରି ଫଟୋ ଦେଖି କେବଳ ଭ୍ରମରେ ରହୁ ବୋଲି’ । ଭାରତରେ କିନ୍ତୁ ଇଣ୍ଡିଆ ଟୁଡେର ଏହି ପ୍ରଚ୍ଛଦ ପୃଷ୍ଠାଟି ବେଶ୍ ପ୍ରଶଂସା ସାଉଁଟିଛି ।

ସୌଜନ୍ୟ: ଇଣ୍ଡିଆ ଟୁଡେ