ଦୁଇରୁ ଅଧିକ ଛୁଆ ଜନ୍ମ କଲେ ହରାଇବେ ଭୋଟଦାନର ଅଧିକାର । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନୂଆ ଫର୍ମୁଲାକୁ ନେଇ ଚର୍ଚ୍ଚା

164

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ୧୨୫ଜଣ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଏସଂପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରଣୟନ କରିବାକୁ ଦାବି ଜଣାଇଛନ୍ତି । ବିଜେପି ସମେତ ଟିଡିପି, ଶିବସେନା ଏବଂ ଅନ୍ୟାନ୍ୟ ଦଳମାନଙ୍କର ସାଂସଦମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏବାବଦରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଖବର ମୁତାବକ, ସମସ୍ତ ସଂସାଦମାନେ ରାଷ୍ଟ୍ରପତିଙ୍କୁ ଭେଟି ଜନସଂଖ୍ୟା ନିୟନ୍ତ୍ରଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବିଜେପି ସାଂସଦ ମୀନାକ୍ଷୀ ଲେଖି, ଉଦୟ ପ୍ରତାପ ସିଂହ, ସଂଜୀବ ବାଲିୟାନ, ଲକ୍ଷଣ ଯାଦବ, ଶିବସେନାର ଅରିବନ୍ଦ ସାୱନ୍ତ, ତେଲଗୁ ଦେଶମ ପାର୍ଟିର ରାମବାବୁ ନାଇଡୁ ଏବଂ ଜୟଦେବ ଗଲ୍ଲା, ସୁରେଶ ଅଙ୍ଗଡିଙ୍କ ସମେତ ବିଭିନ୍ନ ଦଳର ସଂସାଦମାନେ ମଧ୍ୟ ସାମିଲ ହୋଇଥିଲେ ।

ତେବେ ସାଂସଦଙ୍କ ଦ୍ୱାରା ମାନ୍ୟବର ରାଷ୍ଟ୍ରପତିଙ୍କ ପ୍ରଦାନ କରାଯାଇଥିବା ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି କି, ଯଦି କୌଣସି ବି ବାପାମାଆ ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ହିଁ ତାଙ୍କୁ ସରକାରୀ ଚାକିରୀ ମଧ୍ୟ ଦିଆଯିବ ନାହିଁ । ଏଥି ସହିତ ହିଁ ତୃତୀୟ ସନ୍ତାନକୁ ଜନ୍ମ ଦେଉଥିବା ଅଭିଭାବକଙ୍କଠାରୁ ମତଦାନ କରିବାର ଅଧିକାର ମଧ୍ୟ ଛଡାଇନିଆଯିବ । ଜାତି, ଧର୍ମ, ବର୍ଣ୍ଣଠାରୁ ଉର୍ଧରେ ରହି ଏହି ନିୟମ ସମସ୍ତ ଦେଶବାସୀଙ୍କ ଉପରେ ଲାଗୁକରାଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି ।
ସୌଜନ୍ୟ: ଅମର ଉଜାଲା