ଜିଓ ପରେ ଏବେ ଚାଲିବ ଏୟାରଟେଲର ଜଲୱା ! ମାତ୍ର ୯୯୯ଟଙ୍କାରେ ଦେଉଛି ୪ଜି ହଟସ୍ପୋଟ ସହ ଅନେକ ଆକର୍ଷଣୀୟ ଅଫର
ନିକଟରେ ଏୟାରଟେଲ ନିଜ ୪ଜି ହଟସ୍ପୋଟ ଦାମରେ ୫୦ ପ୍ରତିଶତର ରିହାତି ଆଣିଛି । ଯାହାକୁ ଆପଣ ଏବେ ମାତ୍ର ୯୯୯ ଟଙ୍କାରେ କିଣି ପାରିବେ । ଏହା ପୂର୍ବରୁ ବି ଜିଓ ମଧ୍ୟ ନିଜର ହଟସ୍ପୋଟ ଦାମରେ ୫୦ ପ୍ରତିଶତର ରିହାତି ଆଣିଥିଲା । ତେବେ ଏୟାରଟେଲର ଏହି ଡିଭାଇସ କଂପାନୀର ୱେବାସାଇଟ ବ୍ୟତୀତ ଆମାଜନରେ ମଧ୍ୟ ଉପଲବ୍ଧ ।କଂପାନୀ ସୂଚନା ମୁତାବକ, କମ ଦାମରେ ଏହି ଡିଭାଇସକୁ ଲୋକେ ଦେଶର ବିଭିନ୍ନ ଏୟାରଟେଲ ଷ୍ଟୋର ଏବଂ ରିଟେଲ ଷ୍ଟୋରମାନଙ୍କରୁ କିଣିପାରିବେ । ଏହା ବ୍ୟତୀତ ଆପଣ ଏହାକୁ ଆମାଜନ ଇଣ୍ଡିଆରୁ ମଧ୍ୟ ଅର୍ଡର କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଠାରେ ଆମେ କହି ରଖୁଛୁ କି, ଏୟାରଟେଲର ହଟସ୍ପୋଟରେ ଆପଣ କେବଳ ଏୟାରଟେଲର ସିମ ହିଁ ବ୍ୟବହାର କରିପାରିବେ । ଯଦିଓ ଏହି ଡିଭାଇସରେ ୪ଜି ସପୋର୍ଟ ରହିଛି ମାତ୍ର ୪ଜି ନମିଳିବା ସ୍ଥଳରେ ଏଥିରେ ୩ଜି ନେଟୱର୍କ ସ୍ପିଚ ହୋଇଯାଇଥାଏ । କଂପାନୀର ଦାବି ମୁତାବକ, ଏଥିରେ ଏଳାବେଳକରେ ଆପଣ ୧୦ଟି ଡିଭାଇସକୁ କନେକ୍ଟ କରିପାରିବେ । ତେବେ ଏହି ଡିଭାଇସର ବ୍ୟାଟେରୀ ୬ ଘଂଟା କାଳ ଚାଲିଥାଏ । ସେହିପରି ଜିଓକୁ ଦେବ କଡା ଟକ୍କର । ନିଜର ୫୯ ଟଙ୍କାର ପ୍ଲାନରେ କିଛି ଆକର୍ଷକ ପରିବର୍ତ୍ତନ କରିଛି । କଂପାନୀ ଏବେ ୫୯ ଟଙ୍କାର ପ୍ଲାନରେ ୨୭ ଦିନ ପାଇଁ ଅସିମୀତ ଭଏସ୍ କଲ୍ , ରୋମିଂ କଲ୍ ଓ ୫୦୦ MB ଡାଟା ଦେଉଛି । କୌଣସି ଟେଲିକମ୍ କଂପାନୀ ଏତେ କମ୍ ଦାମରେ ୨୭ ଦିନ ପାଇଁ ଏମିତି ଅଫର ଦେଇନାହାଁନ୍ତି ।
ଏହି ପ୍ଲାନ ସୁବିଧାକୁ ବର୍ତ୍ତମାନ କୋଲକତାର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଆଶା କରାଯାଉଛି କି କଂପାନୀ ଖୁବ୍ ଶୀଘ୍ର ଏହାର ବିସ୍ତାର ଅନ୍ୟ ବଜାରରେ ମଧ୍ୟ କରିବ । ଦ୍ୱିତୀୟ ସର୍କଲଗୁଡିକରେ ଏୟାରଟେଲ୍ ପ୍ରିପେଡ୍ ପ୍ରମିଜ୍ ସ୍କିମ୍ ଅନୁସାରେ ୫୯ ଟଙ୍କାରେ ପ୍ଲାନରେ ଅସିମୀତ କଲ୍ , ରୋମିଂ କଲ୍ , ପ୍ରତିଦିନ ୧୦୦ SMS ଓ ୫୦୦ MB ଡାଟା ଦିଆଯାଉଅଛି । ଏହାର ଭାଲିଡିଟି କେବଳ ୭ ଦିନ ଦିଆଯାଉଛି । କୋଲକତାର ଏହି ପ୍ଲାନ କଥାକୁ ବିଚାରକୁ ନେଲେ ଏଥିରେ ୟୁଜରଙ୍କୁ କେବଳ ଡାଟା ସହ ଭଏସ୍ କଲିଂର ସୁବିଧା ଦିଆଯାଉଛି । ଏହି ପ୍ଲାନ୍ ସେହି ଲୋକଙ୍କ ପାଇଁ ଯେଉଁମାନେ ସୁହାଇଲା ଭଳି ଭଏସ୍ କଲିଂ ପ୍ଲାନ୍ ଚାହୁଁଛନ୍ତି । ଅନ୍ୟପଟେ ଜିଓର ପ୍ଲାନ ବିଷୟରେ ଯଦି ଦେଖିବା ଏମିତି ଅଫର୍ ଜିଓର ନାହିଁ । ଜିଓର ୫୨ ଟଙ୍କିଆ ପ୍ଲାନରେ ଅସୀମିତ ଭଏସ୍ କଲ୍ , ପ୍ରତିଦିନ ୧୫୦ MB ଡାଟା ଓ ୭୦ SMS ଦିଆଯାଉଛି । ଏହାର ଅବଧି ୭ ଦିନ ଯାଏ ରହିଛି ।
ଏହା ବ୍ୟତୀତ ଜିଓର ଛୋଟ ରିଚାର୍ଜ ବିଷୟରେ ଆଲୋଚନା କରିବାତ କଂପାନୀ ପାଖରେ ୧୯ ଟଙ୍କିଆ, ୫୨ଟଙ୍କିଆ ପ୍ଲାନ ରହିଛି । ୧୯ ଟଙ୍କିଆ ପ୍ଲାନର ଅବଧି ୧ଦିନ ଅଟେ । ଏବଂ ଏଥିରେ ୦.୧୫GB ଡାଟା ଦିଆଯିବ । ୫୨ ଟଙ୍କିଆ ପ୍ଲାନ ୭ ଦିନର ଅବଧି ରହିବ । ଯେଉଁଥିରେ ୧.୦୫GBଡାଟା ଦିଆଯିବ । ଏବଂ ୯୮ ଟଙ୍କା ପ୍ଲାନର ଭାଲିଡିଟି ୧୪ ଦିନର ହେବ । ଯେଉଁଥିରେ ୨.୧GB ଡାଟା ଦିଆଯିବ । ଏହି ପ୍ଲାନରେ ଅସିମୀତ କଲ୍ , ଜିଓ ଆପ୍ସର ସବ୍ସକ୍ରିପସନ ଓ SMSର ମଧ୍ୟ ଫାଇଦା ମିଳିବ ।