ରାହୁଲଙ୍କୁ ସ୍ମୁତି ଇରାନୀଙ୍କ ଚୁଟକି ! କହିଲେ, ଏବେ ବି ଟ୍ୟୁସନ ନେଉଛନ୍ତି କି କଂଗ୍ରେସ ଅଧ୍ୟକ୍ଷ ?

230

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରେସ୍ କନଫରେନ୍ସକୁ ଟାର୍ଗେଟ ମଜାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନୀ । ତିନି ରାଜ୍ୟରେ ସରକାର ଗଢ଼ିବା ପରେ ରାହୁଲ ଗାନ୍ଧୀଙ୍କ ପ୍ରେସ୍ କନଫରେନ୍ସର ଠିକ୍ ପୂର୍ବର ଏକ ଭିଡ଼ିରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଉକ୍ତ ଭିଡ଼ିଓକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସ୍ମୁତି ଇରାନୀ । କହିଛନ୍ତି, ଆଜିକାଲି ଲୋକଙ୍କୁ ସ୍ୱପ୍ନ ଦେଖାଇବା ପାଇଁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଟ୍ୟୁସନ ନେବାକୁ ପଡ଼ୁଛି ।

 

ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଭିଡ଼ିଓକୁ ଶେୟାର କରିଛନ୍ତି ସ୍ମୁତି ଇରାନୀ । ପ୍ରେସ କନଫରେନ୍ସ ପୂର୍ବରୁ ରାହୁଲ ସହଯୋଗୀଙ୍କ ସହ କିଛି ଆଲୋଚନାର କରିବାର ଦେଖାଯାଉଛି । ଭିଡ଼ିଓରେ ପ୍ରତୀତ ହେଉଛି , କନଫରେନ୍ସ ପୂର୍ବରୁ ରାହୁଲ ପାଖରେ ଛିଡ଼ା ହୋଇଥିବା ନେତାଙ୍କୁ କ’ଣ ଆଲୋଚନା କରାଯିବ ବୋଲି ପଚାରୁଛନ୍ତି । ଆଉ ଏବେ ବହୁଳ ମାତ୍ରାରେ ଏହି ଭିଡ଼ିଓ ଭାଇରାଲ୍ ହେଉଛି । ରାହୁଲଙ୍କ ପାଖରେ କଂଗ୍ରେସର ତୁଙ୍ଗ ନେତା ଗୁଲାମ ନବୀ ଆଜାଦ, ଜ୍ୟୋତିରାଦିତ୍ୟ ସିନ୍ଧିଆ ସମତେ ଅମମଦ ପଟେଲ ଛିଡ଼ା ହୋଇଥିବାର ଦେଖାଯାଉଛି । ଭିଡ଼ିଓରେ ଅମହଦ ପଟେଲକୁ କିଛି ପଚାରୁଛନ୍ତି ରାହୁଲ ଗାନ୍ଧୀ ।

ଅନ୍ୟପଟେ ଉକ୍ତ ପ୍ରେସ କନପରେନ୍ସରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ । କେନ୍ଦ୍ର ସରକାର କିଛି ପୁଂଜିପତିଙ୍କ ପାଇଁ କାମ କରୁଛନ୍ତି । ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି । ନରେନ୍ଦ୍ର ମୋଦି ଦେଶର କୃଷକଙ୍କ ଋଣଛାଡ ନ କରିବା ଯାଏଁ ବିରୋଧୀ ଦଳ ସଂଗ୍ରାମ କରିବ ଓ ଏଥିପାଇଁ ଚାପ ପକାଯିବ । ମୋଦି ସରକାର ଚାଷୀଙ୍କ ଋଣ ଛାଡ ନକରିବା ପର‌୍ୟ୍ୟନ୍ତ ତାଙ୍କୁ ଶାନ୍ତିରେ ଶୋଇବାକୁ ଦେବୁନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ ।