ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ।

256

କନକ ବ୍ୟୁରୋ: ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହେଲା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ । କେନ୍ଦ୍ରାପଡା ବଡ଼ହାଟରେ ଥିବା ଏକ ଶାଢ଼ି ସୋରୁମକୁ ୧୦ରୁ ୧୨ଜଣ ଦୁର୍ବୃତ୍ତ ପଶି ଆତଙ୍କ ଖେଳାଇବା ସହ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଆକ୍ରମଣରେ ଦୋକାନୀ ଖଦୀମା ବକ୍ସ ଗୁରୁତର ହୋଇଥିବା ବେଳେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦାଦାବଟି ପାଇଁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।