ଏସବିଆଇର ଚେତାବନୀ : ୩୧ ମାର୍ଚ୍ଚରୁ ଚଳିବନି ଏହି ବ୍ୟାଙ୍କର ଚେକ । ଆସନ୍ତୁ ଜାଣିବା ଏହି ବିଷୟରେ

56

ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁନଶ୍ଚ ନିଜ ଆସୋସିଏଟ୍ ବ୍ୟାଙ୍କର ଗ୍ରାହକମାନଙ୍କୁ ସଜାଗ କରିଛି । ନୂତନ ଚେକବୁକ୍ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଆଗୁଆ ସତର୍କ କରିଛି । ଯାହାର ଶେଷ ତାରିଖ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ।

ଗତ ବର୍ଷ ଏସବିଆଇର ୫ଟି ଆସୋସିଏଟ୍ ବ୍ୟାଙ୍କକୁ ରଦ୍ଦ କରି ଦିଆଯାଇଛି । ୨୦୧୭ ଏପ୍ରିଲ ମାସରେ ବିକାନେର ଏବଂ ଜୟପୁର(ଏସବିବିଜେ), ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ (ଏସବିଏଚ), ଷ୍ଟେଟ ବ୍ୟାଙ୍କ ଅଫ ମୈସୁର(ଏସବିଏମ୍), ଷ୍ଟେଟ ବ୍ୟାଙ୍କ ଅଫ ପଟିୟାଲା(ଏସବିପି), ଷ୍ଟେଟ ବ୍ୟାଙ୍କ ଅଫ ତ୍ରାବଣକୋର(ଏସବିଟି) ଏବଂ ଭାରତୀୟ ମହିଳା ବ୍ୟାଙ୍କକୁ ଏସବିଆଇରୁ ଚ୍ୟୁତ କରିଦିଆଯାଇଛି । ଯଦି ଆପଣଙ୍କ ଖାତା ଏହି ବ୍ୟାଙ୍କ ମାନଙ୍କରେ ଅଛି ତେବେ ନୂଆ ଚେକବୁକ୍ ପାଇଁ ଆବେଦନ କରିବା ଅନିବାର୍ଯ୍ୟ ଅଟେ । ପୂର୍ବରୁ ମଧ୍ୟ ଏହାର ତାରିଖକୁ ବ୍ୟାଙ୍କ ତିନିଥର ଘୁଞ୍ଚାଇସାରିଛି ।

 

ସର୍ବପ୍ରଥମେ ଏହାର ତାରିଖକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରଖଯାଇଥିଲା । ଏହାପରେ ୩୧ ଡିସେମ୍ବର ଏବଂ ପରେ ଗ୍ରାହକଙ୍କ ଅସୁବିଧାକୁ ନଜରରେ ରଖି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ଏହାପରେ ମଧ୍ୟ ଆପଣ ଯଦି ନୂଆ ଚେକବୁକ୍ ପାଇଁ ଆବେଦନ କରିନାହାନ୍ତି ତେବେ ଟଙ୍କା ନେଣ-ଦେଣ ସମୟରେ ଅନେକ ଅସୁବିଧା ଉପୁଜିବ । ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ ତୁଲାଇବାରେ ଅସୁବିଧା ଆସିପାରେ ।