ମୟୂରଭଂଜରୁ ବିଲୁପ୍ତ ପ୍ରାୟ ରଣା ପ୍ରଜାତିର ୩ଟି ସାପ ଉଦ୍ଧାର !

197

କନକ ବ୍ୟୁରୋ : ମୟୂରଭଂଜରୁ ବିଲୁପ୍ତ ପ୍ରାୟ ରଣା ପ୍ରଜାତିର ୩ଟି ସାପ ଉଦ୍ଧାର କରାଯାଇଛି । ଶିମିଳିପାଳ ଟାଇଗର ରିଜର୍ଭ ନିକଟ ଅଷ୍ଟପୁରା ଗାଁର ଏକ ପରିତ୍ୟକ୍ତ କୂଅରେ ୩ଟି ରଣା ସାପ ଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି କୂଅକୁ ଓହ୍ଲାଇ ୩ଟି ସାପକୁ ଉଦ୍ଧାର କରିଛି । ଏମାନଙ୍କ ଲମ୍ବ ପ୍ରାୟ ୬ଫୁଟ୍ ହେବ । ୩ଟି ସାପକୁ ଉଦ୍ଧାର କରିବା ପରେ ଏମାନଙ୍କ ମେଡିକାଲ ଯାଂଚ କରାଯାଇଥିଲା । ପରେ ଏହି ବିଲୁପ୍ତ ପ୍ରାୟ ରଣା ପ୍ରଜାତିର ୩ଟି ସାପକୁ ଟାଇଗର ରିଜର୍ଭ ଭିତରେ ଛାଡିଦିଆଯାଇଛି ।