ଓଡ଼ିଶାରେ ଯୋଗଗୁରୁ ବାବା ରାମଦେବ ! କହିଲେ, ଓଡ଼ିଶାର ବିକାଶ ପାଇଁ ନବୀନ-ମୋଦି ଏକାଠି କାମ କରିବା ଉଚିତ୍

73

କନକ ବ୍ୟୁରୋ : ଓଡ଼ିଶାରେ ଯୋଗଗୁରୁ ବାବା ରାମଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ମିଳାଇଲେ ଓଡ଼ିଶାର ବିକାଶ ଆହୁରି ଆଗକୁ ଯିବ ବୋଲି ଯୋଗଗୁରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପତଂଜଳି ଡିଷ୍ଟ୍ରିବ୍ୟୁଟର କନଭେନସନରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଯୋଗଗୁରୁ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାବା ରାମଦେବ । ୧୫ବର୍ଷ ହେଲା ଜଗନ୍ନାଥ ଧାମ ଆସୁଥିବା ସେ କହିଛନ୍ତି ।

ଓଡ଼ିଶାରେ ପତଂଜଳି ସହ ଯୋଗକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି ଯୋଗଗୁରୁ । ଏଠାରେ ଦୁଇ ବର୍ଷ ଭିତରେ ପତଂଜଳି ଯୋଗପୀଠ ଓ ଯୋଗ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଲକ୍ଷ୍ୟ ରଖିଛନ୍ତି । ଇଂରାଜୀ ପତ୍ରିକାରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ ହେବା ପ୍ରସଙ୍ଗରେ ବି ସେ ମତ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଜଣେ ଭଲ ପ୍ରଶାସକ ଏବଂ ତାଙ୍କ ନେତୃତ୍ୱରେ ରାଜ୍ୟ ଆଗକୁ ବି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବା ସେ କହିଛନ୍ତି ।