କମିଶନରେଟ ପୋଲିସ ଟାର୍ଗେଟରେ ରାଜଧାନୀର ହୁକା ବାର ! ରାତିଅଧିଆ ଚଢଉ, ଆପତିଜନକ ସାମଗ୍ରୀ ଜବତ

28

କନକ ବ୍ୟୁରୋ : କିଛିଦିନର ନୀରବତା ପରେ ପୁଣି କମିଶନରେଟ ପୋଲିସ ତତ୍ପରତା ଦେଖାଇଛି । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ହୁକା ବାର ଉପରେ ରେଡ କରାଯାଇଛି । ବିଶେଷ କରି ସହୀଦ ନଗର ଅଂଚଳରେ ଥିବା ଦିଲୀ ଦରବାର ବାର୍ ଏବଂ ଭବାନୀ ମଲରେ ଥିବା ଏକ ବାରରେ ପୋଲିସ ଏହି ରେଡ କରିଥିଲା । ଅନ୍ୟପଟେ ଚନ୍ଦ୍ରଶେଖରପୁରରେ ଥିବା କେତୋଟି ହୁକା ବାରରେ ରେଡ ହୋଇଥିବା ଜଣାପଡିଛି ।

ହୁକା ବାରରେ କୋଟପା ଆଇନକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ରାତି ଅଧିଆ ଚଢଉ ସମୟରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ତେବେ କମିଶନରେଟ ପୋଲିସ ରାଜଧାନୀର ବିଭିନ୍ନ ବାରରେ ବାରମ୍ବାର ଚଢଉ କରୁଥିଲେ ବି କିଛି ଦିନ ବ୍ୟବଧାନରେ ପୁୁଣି ବାର ବ୍ୟବସାୟୀମାନେ ଖୁଲମଖୁଲା ବେପାର କରୁଛନ୍ତି ।