ଲିଭରଜନିତ କଷ୍ଟକୁ ଦୂର କରିବ କିସମିସ ପାଣି । ଜାଣନ୍ତୁ କିପରି ପାଇବେ ମୁକ୍ତି ।

77

କିସମିସ ଶରୀର ପାଇଁ ଅନେକ ଉପକାରୀ । ଏହା ପାଟିକୁ ଯେତିକି ଭଲ ଲାଗେ , ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାର ହୋଇଥାଏ । କିସମିସରେ ରହିଛି ଅନେକ ଭିଟାମିନ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, କିସମିସର ପାଣି ଶରୀର ପାଇଁ କେତେ ଲାଭଦାୟକ? ତେଣୁ କିସମିସ କୁ ପାଣିରେ ପକାଇ ୨୦ ମିନିଟ ଫୁଟାଇବା ପରେ ଏହାକୁ ରାତିସାରା ରଖି କରି ସକାଳକୁ ଖାଲିପେଟରେ ପିଇଦିଅନ୍ତୁ। ଏହା ଆପଣଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ ।

– ପ୍ରତିଦିନ କିସମିସ ପାଣି ପିଇବା ଦ୍ୱାରା ବ୍ୟକ୍ତିକୁ କୋଷ୍ଠକାଠିନ୍ୟ,ଏସିଡ଼ିଟି ଓ ଆଳସ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

-ଏହି ପାଣିର ସେବନ ଦ୍ୱାରା କୋଲେଷ୍ଟ୍ରଲର ସ୍ତର ମଧ୍ୟ ସ୍ଥିର ରହିଥାଏ।

– କିସମିସ ପାଣିରେ ଆଣ୍ଟି ଅକ୍ସିଡ଼େଣ୍ଟ ଭରପୂର ମାତ୍ରାରେ ରହିଥିବାରୁ ଏହା ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ!

-ତେବେ ଏହାର ସେବନ ଯୋଗୁଁ ପାଚନ କ୍ରିୟା ବି ସଠିକ ଭାବରେ ହୋଇଥାଏ।

-ପ୍ରତ୍ୟେକ ଦିନ କିସମିସ ପାଣି ସେବନ ଲିଭରକୁ ସୁସ୍ଥ ରଖିଥାଏ। ଏହାସହିତ ମେଟାବୋଲିଜମ ସ୍ତରକୁ ବି ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ।

-ଏତଦବ୍ୟତୀତ କିସମିସ ପାଣିର ସେବନ ଯୋଗୁଁ ରକ୍ତ ମଧ୍ୟ ସଫା ହୋଇଥାଏ।