ଟ୍ରେନ୍ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳେ କେଉଁ କେଉଁ ସୁବିଧା? ଜାଣନ୍ତୁ…

211

କନକ ବ୍ୟୁରୋ : ଅନ୍ୟ ଦେଶ ତୁଳନାରେ ଭାରତରେ ବି ବୃଦ୍ଧ ବ୍ୟକ୍ତିଙ୍କୁ ଟ୍ରେନରେ ଅନେକ ସୁବିଧା ମିଳୁଛି । ଯାହାର ଫାଇଦା ଉଠାଇପାରିବେ ବରିଷ୍ଠ ବ୍ୟକ୍ତି । ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ୍ ଯାତ୍ରା ମାଗଣା ଥିବା ବେଳେ ଲଗଡାଉନ୍ ସମୟରେ ରାଷ୍ଟ୍ରପତି ଏହି ସୁବିଧାକୁ ବନ୍ଦ କରିଦେଇଥିଲେ । ତଥାବି ଏପରି ଅନେକ ସୁବିଧା ରହିଛି ଯାହାର ଲାଭ ଉଠାଇପାରିବେ ବରିଷ୍ଠ ବ୍ୟକ୍ତି ।

ଟ୍ରେନରେ ଯାତ୍ରା କରିବା ସମୟରେ ବୟସ୍କ ବ୍ୟକ୍ତିଙ୍କୁ ସାଙ୍ଗରେ ଆଧାର କାର୍ଡ ରଖିବା ଜରୁରୀ ହୋଇଥାଏ । ନଚେତ୍ କୌଣସି ସୁବିଧା ମିଳିନଥାଏ । ଆଧାର କାର୍ଡ ଦ୍ୱାରା ହିଁ ବ୍ୟକ୍ତିଙ୍କ ବୟସ ଜଣାପଡିଥାଏ । ତେଣୁ ଟ୍ରେନ୍ ଯାତ୍ରା ସମୟରେ ବୟସ୍କ ବ୍ୟକ୍ତିମାନେ ସାଙ୍ଗରେ ଆଧାର କାର୍ଡ ରଖିବା ନିହାତି ଆବଶ୍ୟକ ହୋଇଥାଏ ।

୪୫ବର୍ଷ କିମ୍ବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଏବଂ ମହିଳାଙ୍କ ପାଇଁ ଟ୍ରେନରେ ଶୋଇବାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତିଟି ସ୍ଲିପର କ୍ଲାସରେ ନିମ୍ନ ବର୍ଥ ଏବଂ ଏସି-୩ଟି ଟିୟର ଏବଂ ଏସି-୨ ଟିୟର ସହିତ କୋଟା ନିର୍ଦ୍ଧାରିତ କରାଯାଇଛି । ଏହା ସହିତ ଷ୍ଟେସନରେ ବୃଦ୍ଧ ବ୍ୟକ୍ତି ଏବଂ ବିକଳାଙ୍ଗଙ୍କ ପାଇଁ ‘ଯାତ୍ରୀ ମିତ୍ର ସେବା’ ରେଳବାଇ ପକ୍ଷରୁ ସେବା ଯୋଗାଇଦିଆଯାଉଛି । ଆଇଆରସିଟିସି ରେଳବାଇ ଷ୍ଟେସନଗୁଡିକରେ ବିକଳଙ୍ଗ ଓ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ବାହାନ ପ୍ରଦାନ କରୁଛି । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିନଥାଏ ।