ପୁଣି ଆରମ୍ଭ ହେବ ପାଇକ ସ୍ମାରକୀ କାର୍ଯ୍ୟ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଜୋର ଧରିଲା ଦାବି ।

82

କନକ ବ୍ୟୁରୋ: ପୁଣି ଆରମ୍ଭ ହେବ ପାଇକ ସ୍ମାରକୀ କାର୍ଯ୍ୟ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଦାବି ଜୋର ଧରିଛି । ପାଇକ ବିଦ୍ରୋହର ମୁକ ସାକ୍ଷୀ ପାଲଟିଥିବା ଖୋର୍ଦ୍ଧା ଗଡ଼ରର ପୁନଃଉଦ୍ଧାର ସହ ଏକ ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଯୋଗାଇ ଦେଇଥିଲେ । ରାଜ୍ୟ ସରକାରଙ୍କୁ ୫୦ ଏକର ଜମି ଦେବାକୁ କୁହାଯାଇଥିଲା । କିନ୍ତୁ ରାଜ୍ୟ ସରକାର ୧୦ ଏକର ଜମି ଦେଇଥିଲେ । ପରେ ତତକାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ଏହାର ଶୁଭ ଦେଇଥିଲେ । ତେବେ ରାଜନୀତି ଯୋଗୁ ସରକାରଙ୍କ ପାତର ଅନ୍ତର ନୀତି ଯୋଗୁ ଏହି ସ୍ମାରକୀ ଅଧାରେ ଅଟକି ଯାଇଛି । କିନ୍ତୁ ସରକାର ବଦଳିବା ପରେ ଅଟକିଥିବା କାମ ଶୀଘ୍ର ଆରମ୍ଭ ହେବ ବୋଲି ଆଶାବାନ୍ଧି ବସିଛନ୍ତି ଖେର୍ଦ୍ଧାର ବୁଦ୍ଧିଜୀବୀ ଓ ପାଇକ କର୍ମକର୍ତା । ଆଉ ଖୋର୍ଦ୍ଧାର ବିକାଶରକୁ ରାଜ୍ୟ ସରକାର ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ନୂଆ ବିଧାୟକ ପ୍ରଶାନ୍ତ ଜଗଦେବ । ପର୍ଯ୍ୟଟନ ସ୍ଥଳୀ ବରୁଣେଇ, ବରୁଣେଇର ବିକାଶ ସହ ଖୁବ ଶୀଘ୍ର ସ୍ମରକୀ ହେବ ବୋଲି କହିଛନ୍ତି ବିଧାୟକ ।