୨୦୨୪ ନିର୍ବାଚନ ପାଇଁ  ଏକତାର ମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ ।ପଦ୍ମପୁର ଷ୍ଟାଇଲରେ ନିର୍ବାଚନ ଲଢିବାପାଇଁ ଦଳୀୟ ନେତାଙ୍କୁ ଦେଲେ ମନ୍ତ୍ରଣା ।

144

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ  ବିଜେଡିର ପ୍ରସ୍ତୁତି । ପଦ୍ମପୁର ଷ୍ଟାଇଲରେ ନିର୍ବାଚନ ଲଢିବ ଶାସକ ଦଳ । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ହୋଇଥିବା  ବୈଠକରୁ ଆସିଛି ଏହିଭଳି କିଛି ତଥ୍ୟ । ସୂଚନା ଅନୁସାରେ ଦଳର ସମସ୍ତ ନେତାଙ୍କୁ ଏକାଠି ହେବାପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ ।  ତେବେ ବଡ କଥା ହେଉଛି ୨୪ ପୂର୍ବରୁ ନିର୍ବାଚନ ହେବାର ବି ସମ୍ଭାବନା ରହିଛି । ତେଣୁ ଦଳୀୟ ନେତାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଜଣାପଡିଛି ।

ଅନ୍ୟପଟେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେବାକୁ ଖୁବଶୀଘ୍ର ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ । ଦଳ ପକ୍ଷରୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯିବ । ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ ।  ଏହାସହ ଦଳୀୟ ନେତା କହିଛନ୍ତି,  ନିର୍ବାଚନ ପାଇଁ ଆମେ ସବୁବେଳେ ପ୍ରସ୍ତୁତ ।ବୁଥ ସ୍ତରରୁ ଆମେ ସଙ୍ଗଠନକୁ ମଜବୁତ କରୁଛୁ ।ୱାର୍ଡସ୍ତରରେ ସଙ୍ଗଠନକୁ ଫୋକସ କରାଯାଇଛି । ଏହାବାଦ୍ ଓଡ଼ିଶାର ହକ୍ ପାଇଁ କେନ୍ଦ୍ର ବିରୋଧରେ ଲଢେଇ ଆହୁରି ଶାଣିତ ହେବ ବୋଲି କହିଛନ୍ତି ବିଜେଡି ନେତା ।