ଭାରତୀୟ କଳା ଏବଂ ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକଙ୍କ ଠାରେ ପହଁଚାଇବାକୁ ଭିନ୍ନ ପ୍ରୟାସ ! କେବଳ ଭାଷା ନୁହଁ ଭଙ୍ଗୀରେ ମଧ୍ୟ ପର୍ଯ୍ୟଟକଙ୍କୁ ଭାରତ ସହ ପରିଚିତ କରାଉଛନ୍ତିି ଗାଇଡ୍ ନାଗେନ୍ଦ୍ର ।
ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଝଲକ ପାଇବାକୁ ବିଦେଶରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସନ୍ତି । ଭାରତର କଳା , କାରୁକାର୍ଯ୍ୟ ଏବଂ ପୌରାଣିକ ଗାଥାରେ ମୋହିତ ହୋଇଯାନ୍ତି । ତେବେ କଥାରେ କଥାରେ ତ ବିଦେଶୀ ଭାରତୀୟ ସଂସ୍କୃତି ବିଷୟରେ ଜାଣନ୍ତି କିନ୍ତୁ ମନରେ ଆହୁରି ଜାଣିବାର ଜିଜ୍ଞାସା କେବେ ଶେଷ ହୁଏନାହିଁ । ତେଣୁ ବାରମ୍ବାର ସେମାନେ କିଛି ଜାଣିବା ଏବଂ ଭାରତୀୟ କଳାର ମାଧୁର୍ଯ୍ୟକୁ ପରଖିବା ଲାଳସାରେ ଭାରତକୁ ଆସନ୍ତି । ଭାରତର ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗରେ ଆଉ ଟିକେ ଅଧିକ ଶାଣିତ କରିବା ପାଇଁ ତାମିଲନାଡୁ ମଦୁରାଇ ସହରର ଜଣେ ପର୍ଯ୍ୟଟକ ଗାଇଡ୍ ଏବେ ପ୍ରୟାସ ଚଳାଇଛନ୍ତିି । ନାଗେନ୍ଦ୍ର ପ୍ରଭୁ ନାମକ ଏହି ଗାଇଡ୍ ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ବିଦେଶୀ ପର୍ଯ୍ୟଟକଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ବୁଝାଇବା ସହ ନୂଆ ଷ୍ଟାଇଲ୍ ରେ ସେ ପର୍ଯ୍ୟଟକଙ୍କ ମନକୁ କିଣି ନେଇଛନ୍ତିି ।
Kanak News is now on WhatsApp
Join and get latest news updates delivered to you via WhatsApp
Tamil Nadu: Nagendra Prabhu, a tourist guide has found a unique way to explain Indian culture to the tourists in Madurai. He shows various mudras (a symbolic gesture) and poses of classical dances and performs facial movements to keep them interested. pic.twitter.com/xNuF5Aq2Vm
— ANI (@ANI) October 9, 2019
ପର୍ଯ୍ୟଟକଙ୍କୁ ନିଜ ଭଗବାନ ମନେ କରୁଥିବା ଗାଇଡ୍ ନାଗେନ୍ଦ୍ର ପ୍ରଭୁ କୁହନ୍ତି କାହାକୁ କିଛି ବୁଝାଇବା ପୂର୍ବରୁ ପ୍ରଥମେ ତାହାର ହୃଦୟ ସହ ଜଡିତ ହେବା ଆବଶ୍ୟକ । ଏଥିପାଇଁ ସେ କେବେ ଶାସ୍ତ୍ରୀୟ ନୃତ୍ୟର ସାହାରା ନିଅନ୍ତି ତ ଆଉ କେତେବେଳେ ଅଭିନୟ କରନ୍ତିି । ପ୍ରଭୂ କୁହନ୍ତି ଯେତେବେଳେ ଆମେ କୌଣସି ଲୋକର ହୃଦୟ ସହ ଜଡିତ ହୋଇଥାଉ ସେତେବେଳେ ତାକୁ ବୁଝିବା ମଧ୍ୟ ଖୁବ୍ ସହଜ ହୋଇଥାଏ । ବର୍ତ୍ତମାନ ଗାଇଡ୍ ଥିବା ନାଗେନ୍ଦ୍ର ପୂର୍ବରୁ ଶିକ୍ଷକତା କରୁଥିଲେ । ବୋଧହୁଏ ଏହି କାରଣରୁ ହିଁ ସେ ପର୍ଯ୍ୟଟକଙ୍କ ମନର କଥାକୁ ଜାଣିପାରି ତାଙ୍କ ଜିଜ୍ଞାସାକୁ ମେଣ୍ଟାଇପାରନ୍ତି । ନାଗେନ୍ଦ୍ର ପ୍ରଭୂଙ୍କ ଅନେକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସେ ନିଜ ପର୍ଯ୍ୟଟକଙ୍କ ସହ ଭିନ୍ନ ଭିନ୍ନ ମୁଦ୍ରାରେ ଦେଖାଯାଉଛନ୍ତି । କେଉଁଠାରେ ଏକାକୀ ତ ଆଉ କେଉଁଠାରେ ପର୍ଯ୍ୟଟକଙ୍କ ସହ ମିଶି ସେ ଭାରତୀୟ ସଂସ୍କୃତିର ମହତ୍ତ୍ୱ ବିଷୟରେ ପରିଚିତ କରାଉଛ