ଦେଶରେ କ୍ରିପ୍ଟୋ କରେନ୍ସି ବ୍ୟବସାୟକୁ ନେଇ ସରକାରଙ୍କ ବଡ ଘୋଷଣା, ଏବେ ମନି ଲଣ୍ଡ୍ରିଂ ନିୟମ ହେବ ଲାଗୁ

132

କନକ ବ୍ୟୁରୋ : ଭାରତରେ ମନି ଲଣ୍ଡ୍ରିଂ ସହିତ ଜଡିତ ଆଇନ କ୍ରିପ୍ଟୋକରେନ୍ଦି ବ୍ୟବସାୟ ଉପରେ ବି ଲାଗୁ ହେବ । ରୟଟର୍ସ ରିପୋର୍ଟ ମୁତାବକ ସରକାରଙ୍କ ତରଫରୁ ମାର୍ଚ୍ଚ ୭ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅର୍ଥମନ୍ତ୍ରାଳୟର ଏକ ବିଜ୍ଞପ୍ତି ଅନୁସାରେ ଏଣିକି କ୍ରିପ୍ଟୋ କାରବାର, କ୍ରିପ୍ଟୋ କରେନ୍ସି ଜମା ରଖିବା ଓ ତତ ସଂପର୍କୀତ କାରବାର ମନି ଲଣ୍ଡରିଂ (ବେଆଇନ ଅର୍ଥକାରବାର) ଆଇନ ଅଧିନରେ ଆସିବ ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତ ମଙ୍ଗଳବାର ଜାରି ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ କ୍ରିପ୍ଟୋ ଟ୍ରେଡିଂ, ସୁରକ୍ଷିତ ରଖିବା ଏବଂ ଆନୁଷଙ୍ଗିକ ଆର୍ଥିକ ସେବା ଉପରେ ଆଣ୍ଟି ମନି ଲଣ୍ଡରିଂ ଆଇନ ଲାଗୁ କରାଯାଇଛି ।

କେତେକ ବିଶେଷଜ୍ଞଙ୍କ ମତରେ ଭାରତ ସରକାରଙ୍କ ଏହି ପଦକ୍ଷେପ ଡିଜିଟାଲ-ସମ୍ପତ୍ତି ପ୍ଲାଟଫର୍ମର ଆବଶ୍ୟକତାର ବିଶ୍ୱସ୍ତରୀୟ ଧାରା ସହିତ ମେଳ ଖାଉଛି, ଯାହା ବ୍ୟାଙ୍କ କିମ୍ବା ଷ୍ଟକ ବ୍ରୋକର ପରି ଅନ୍ୟ ନିୟନ୍ତ୍ରିତ ସଂସ୍ଥାମାନଙ୍କ ପରି ସମାନ ମନି ଲଣ୍ଡରିଂ ନିରୋଧୀ ମାନଦଣ୍ଡକୁ ପାଳନ କରିବ ।

ଗତ ବର୍ଷ ଭାରତ ସରକାର କ୍ରିପ୍ଟୋ କାରବାର ଉପରେ ୩୦ ପ୍ରତିଶତ ଟିକସ ବସାଇଥିଲେ । ଏହା ସହିତ କଠୋର ପଦକ୍ଷେପ ଗ୍ରହଣ କରି କେତେକେ କ୍ରିପ୍ଟୋ ଏକ୍ସଚେଞ୍ଜ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ପଦକ୍ଷେପ ଏବଂ ଡିଜିଟାଲ ସମ୍ପତ୍ତିରେ ବିଶ୍ୱବ୍ୟାପୀ ହ୍ରାସ ଯୋଗୁଁ ଦେଶରେ କ୍ରିପ୍ଟୋ କାରାବର ପରିମାଣ ହ୍ରାସ ପାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅକ୍ଟୋବର ୨୦୨୨ରେ କହିଥିଲେ, କ୍ରିପ୍ଟୋକରେନ୍ସି ଉପରେ ଏକ ପ୍ରକାର ନିୟନ୍ତ୍ରଣ ର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ସମସ୍ତ ଦେଶକୁ ଏକାଠି ହେବାକୁ ପଡ଼ିବ  ।