ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରେ ନେତାଙ୍କୁ ବିରୋଧ: ମା କରମସାନୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିନା ନିମନ୍ତ୍ରଣରେ ଆସିବା ପଡିଲା ମହଙ୍ଗା

1,613

କନକ ବ୍ୟୁରୋ: ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରେ ନେତାଙ୍କୁ ବିରୋଧ । ମା କରମସାନୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିନା ନିମନ୍ତ୍ରଣରେ ଆସିବା ପଡିଲା ମହଙ୍ଗା । ପ୍ରତିଷ୍ଠା ଉତ୍ସବରେ ମାଆଙ୍କ ଆଳତୀ ଦର୍ଶନ ବାହାନାରେ ଆସିଥିଲେ ବିଜେପି ବିଧାନସଭା ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଓ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଏଭଳି କରି ଲୋକହସାର ଶିକାର ହୋଇଛନ୍ତି ନେତା । ବିଜେପି ପ୍ରାର୍ଥୀଙ୍କୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବା ସହ ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହଙ୍କ ଜୟ ଜୟ କାର କରୁଥିବା ଭିଡିଓରେ ଦେଖିବାକପ ମିଳିଛି । ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।