ମମତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ଛୁରୀ ଧରି ବାସଭବନକୁ ପଶୁଥିବା ବେଳେ ଯୁବକଙ୍କୁ ଧରିଲା ପୋଲିସ ।

943

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ପୋଲିସ କାବୁ କରିଛି । ଉକ୍ତ ଯୁବକଙ୍କ ନା ନୁର ଆଲମ । ପୋଲିସର ସୂଚନା ମୁତାବକ ଉକ୍ତ ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରୁ ଅଟକ ରଖାଯାଇଛି । କେବଳ ଏତିକି ନୁହେଁ ଅଟକ ଯୁବକଙ୍କ ନିକଟରୁ ମାରଣାସ୍ତ୍ର, ଛୁରୀ ଓ ବିଭିନ୍ନ ପ୍ରତିବନ୍ଧିତ ଥିବା ପଦାର୍ଥ ଜବତ କରାଯାଇଛି । ସେହିଭଳି କିଛି ଏଜେନ୍ସିର ଆଇଡି କାର୍ଡ ମଧ୍ୟ ଯୁବକଙ୍କ ଠାରୁ ଜବତ କରାଯାଇଛି ।

ସବୁଠୁ ବଡ କଥା ହେଲା, ଅଟକ ଥିବା ଯୁବକଙ୍କ କାରରେ ପୋଲିସ ଷ୍ଟିକର ଲାଗିଥିବା ବେଳେ ଏଥିରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଥିଲା । ଯୁବକଙ୍କୁ ଅଟକ ରଖିବା ପରେ ପୋଲିସ ପଚରାଉଚରା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଉକ୍ତ ଯୁବକ କାହିଁକି ପଶିବାକୁ ଚାହୁଁଥିଲେ ସେନେଇ ପଚରାଉଚରା ଚାଲିଥିବା ପୋଲିସ କହିଛି ।

ଏହାପୂର୍ବରୁ ମଧ୍ୟ ସୁରକ୍ଷାବଳୟ ଭେଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଚେଷ୍ଟା କରାଯାଇଛି । ଗତ ୨୦୨୨ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ରାତି ୧ଟା ବେଳେ ଜଣେ ସନ୍ଦିଗ୍ଧ ପ୍ରବେଶ କରିବାକୁ ଉଦ୍ୟମ କରି ଧରାପଡିଥିଲେ । ଏହାର ଦିନ କେଇଟା ପରେ ପୁଣିଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ପୋଲିସ ବେଶ ଗୁରୁତର ସହ ଗ୍ରହଣ କରିଛି ।