ଭଗବାନ ବିଷ୍ଣୁଙ୍କ ପତ୍ନୀ ହେଲେ ପୂଜା! ୩୧୧ ବରଯାତ୍ରୀଙ୍କ ଆଗରେ ଭଗବାନଙ୍କୁ କଲେ ବିବାହ ।

385

କନକ ବ୍ୟୁରୋ: ୧୬ଶ ଶତାଦ୍ଧୀରେ ମୀରାବାଇ ଭଗବାନ କୃଷ୍ଣଙ୍କ ଭକ୍ତି କରିଥିଲେ ଆଉ ତାଙ୍କୁ ନିଜର ସବୁକିଛି ମାନିନେଇଥିଲେ । ମୀରା ଘର ପରିବାର ସମାଜ ସମସ୍ତଙ୍କୁ ପର କରି କୃଷ୍ଣ ଭକ୍ତିରେ ଲୀନ ହୋଇଯାଇଥିଲେ । ଆଜି ବି ମୀରାଙ୍କ ଭକ୍ତିଭାବକୁ ସମସ୍ତେ ମନେ ପକାଇଥାନ୍ତି । କଳିଯୁଗରେ ବି ମୀରାଙ୍କ ଭଳି ଜଣେ ବିଷ୍ଣୁ ଭକ୍ତ ମିଳିଯାଇଛନ୍ତି ଆଉ ସେ  ଭଗବାନ ବିଷ୍ଣୁଙ୍କୁ ବିବାହ କରିନେଇଛନ୍ତି କହିଲେ ଆପଣ କଣ ବିଶ୍ୱାସ କରିବେ କି? ଠିକ ଶୁଣିଛନ୍ତି, ରାଜସ୍ଥାନ ଜୟପୁରର ଗୋବିନ୍ଦଗଡ ନିକଟ ନରସିଂହପୁର ଗାଁର ପୂଜା ସିଂହ । ପୂଜା ଡିସେମ୍ବର ୮ରେ ଗାଁ ମନ୍ଦିରରେ ବିରାଜମାନ କରିଥିବା ଭଗବାନ ବିଷ୍ଣୁଙ୍କୁ ବିବାହ କରିଛନ୍ତି । ଭଗବାନଙ୍କ ନାଁରେ ନିଜ ମଥାରେ ସିନ୍ଦୁର ନାଇଁ ସଧବା ହୋଇଯାଇଛନ୍ତି ।

ପୂଜା ବର୍ତ୍ତମାନ ସକାଳୁ ଭୋଗ ବନାଇ ଠାକୁରଙ୍କ ପାଇଁ ନେଇଯାଉଛନ୍ତି । ତାଙ୍କ ପାଇଁ ପୋଷାକ ପ୍ରସ୍ତୁତ କରୁଛନ୍ତି । ସନ୍ଧ୍ୟାରେ ବି ଠାକୁରଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ପୂଜାଙ୍କ କହିବା କଥା ମୁଁ ପରମେଶ୍ୱରଙ୍କୁ ହିଁ ନିଜର ସ୍ୱାମୀ ମାନିନେଇଛି । ଭଗବାନ ତ ଅମର ହୋଇଥାନ୍ତି, ତେଣୁ ମୁଁ ସାରା ଜୀବନ ପାଇଁ ସଧବା ହୋଇଗଲି ।

ପୂଜା ସିଂହ ଭଗବାନ ବିଷ୍ଣୁଙ୍କ ସହିତ ବିବାହ କରିନେଇଛନ୍ତି । ତେବେ ଏନେଇ ସେ ଯେତେବେଳେ ମାଆଙ୍କ ସହ ଆଲୋଚନା କଲେ ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ । ପରେ ସେ ଏଥିପାଇଁ ରାଜି ହୋଇଯାଇଥିଲେ । ତେବେ ତାଙ୍କ ବାପା ଏଥିପାଇଁ ରାଜି ନଥିଲେ । ତେଣୁ ସେ ଏହି ବିବାହରେ ମଧ୍ୟ ସାମିଲ ହୋଇନଥିଲେ । ପୂଜା କହିଛନ୍ତି ସମାଜ ଏହାର ମଜାକ ଉଡାଇପାରନ୍ତି, କିନ୍ତୁ ମୁଁ ଭଗବାନଙ୍କୁ ସ୍ୱାମୀ ମାନିନେଇଛି ।

ରୀତିନିତି ଅନୁସାରେ ପୂଜାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜା ଭଗବାନ ବିଷ୍ଣୁଙ୍କୁ ବିବାହ କରିବା ସହ ୭ ଜନ୍ମ ପାଇଁ ସାଥି ହୋଇଯାଇଛନ୍ତି । ମନ୍ତ୍ର ଉଚ୍ଚାରଣ ସହ ତାଙ୍କ ହାତଗଣ୍ଠି ପଡିଥିଲା । ବାପା ଆସିନଥିଲେ କିନ୍ତୁ ମାଆ ଝିଅର କନ୍ୟା ଦାନ କରିଥିଲେ । ଠାକୁରଙ୍କୁ ଝିଅ ଘର ତରଫରୁ ପୋଷାକ ଏବଂ ସିଂହାସନ ପ୍ରଦାନ କରାଯାଇଛି । ଆଉ ଶେଷରେ ବିଦାୟୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ।