ମଜବୁତ ହେଲା ଭାରତୀୟ ପାସପୋର୍ଟ । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଲା ଭାରତ । ବିନା ଭିସାରେ ୫୭ ଟି ଦେଶ ବୁଲିପାରିବେ ଭାରତୀୟ

678

କନକ ବ୍ୟୁରୋ : ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିବା ଉପରେ କଟକଣା ଲାଗିଥାଏ । କିନ୍ତୁ ଏବେ ଭାରତର ପାସପୋର୍ଟ ଅଧିକ ଶକ୍ତିଶାଳୀ ହୋଇଛି । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଛି । ଏଣିକି ବିନା ଭିସାରେ ୫୭ଟି ଦେଶରେ ମୁକ୍ତଭାବେ ବୁଲାବୁଲି କରିପାରିବେ ଭାରତୀୟ । ମଙ୍ଗଳବାର ପ୍ରକାଶିତ ହେନଲି ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଙ୍ଗରେ ଭାରତ ୮୦ତମ ସ୍ଥାନରେ ପହଚିଂଛି । ତେବେ ୨୦୨୨ ମସିହାରେ ପ୍ରକାଶିତ ରିପୋର୍ଟଠାରୁ ୫ଟି ସ୍ଥାନ ଉପରକୁ ଉଠିଛି ଭାରତ । ଏବେ ଟୋଗୋ ଏବଂ ସେନେଗାଲ ଭଳି ଦେଶ ସହିତ ଭାରତର ରାଙ୍କ ସମାନ ସ୍ତରରେ ପହଞ୍ଚିଛି । ତେବେ ଏହି ରାଙ୍କିଙ୍ଗ ପାଇଁ ଅନ୍ତର୍ଜାତୀୟ ପରିବହନ ସଂଘରୁ ନିଆଯାଇଛି । ତେବେ ଏଣିକି ଭାରତୀୟମାନେ ୫୭ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ ଅର୍ଥାତ ଭିସା ଫ୍ରି ଅଥବା ଭିସା ଅନ ଅରାଇଭାଲ ଆକ୍ସେସ ମିଳିଛି । ତେବେ ଏହାର ଅର୍ଥ ହେଉଛି ଆପଣ ପାସପୋର୍ଟ ନେଇ ୫୭ ଦେଶକୁ ଯାଇ ବୁଲାବୁଲି କରିପାରିବେ । କିନ୍ତୁ ଏହି ୫୭ ଦେଶକୁ ଯିବା ପାଇଁ ଭିସା ଆବଶ୍ୟକ ହେବ ନାହିଁ । ଯଦିଓ କେତେକ ଦେଶରେ ଆବଶ୍ୟକ ହେବ ତଥାପି ଆପଣ ସେଠାରେ ପହଚିଂବା ମାତ୍ରେ ବିମାନବନ୍ଦରରେ ଅପାଣଙ୍କୁ ଭିସା ମିଳିଯିବ ।

ଭାରତୀୟ ନାଗରିକମାନେ ଏଣିକି ପାସପୋର୍ଟ ବ୍ୟବହାର କରି ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ରୁୱାଣ୍ଡା, ଜାମାଇକା, ଶ୍ରୀଲଙ୍କା ଭଳି ଦେଶକୁ ଯାତ୍ରା କରିପାରିବେ । ତଥାପି ୧୭୭ ଦେଶକୁ ଯିବା ପାଇଁ ଭିସା ଆବଶ୍ୟକ ହେବ । ତେବେ ଏହି ଦେଶ ଗୁଡ଼ିକ ମଧ୍ୟରେ ରହିଛି ଚୀନ, ଜାପାନ, ଋଷ, ଆମେରିକା ଏବଂ ୟୁରୋପିଆନର ସମସ୍ତ ଦେଶ ଅନ୍ତର୍ଭୁକ୍ତ । ଭାରତୀୟ ନାଗରିକମାନଙ୍କୁ ଏହିସବୁ ଦେଶରେ ଭିସା ଆବେଦନ କରିବାକୁ ପଡ଼ିବ । କିନ୍ତୁ କିଛି ଦେଶ ଅଛି ସେଠାରେ ପହଚିଂବା ପରେ ଭିସା ଉପଲବ୍ଧ କରାନ୍ତି ।

ତେବେ ଦୀର୍ଘବର୍ଷ ଧରି ଜାପାନ ଏହି ରାଙ୍କର ଏକ ନମ୍ବର ସ୍ଥାନରେ ରହିଥିଲା । କିନ୍ତୁ ଚଳିତବର୍ଷ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଛି । ତେବେ ଜାପାନ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ନୁହେଁ । ତେବେ ସିଙ୍ଗାପୁର ଏହି ର୍ୟାଙ୍କର ଏକ ନମ୍ବର ସ୍ଥାନକୁ ଉଠିବା ପରେ ବିନା ଭିସାରେ ୧୯୨ ଦେଶରେ ପ୍ରବେଶ କରିବାର ଅନୁମତି ଦିଆଯାଇଛି । ତେବେ ପ୍ରକାଶିତ ଏହି ରିପୋର୍ଟରେ ୨୨୭ ଦେଶ ଏବଂ ୧୯୯ ପାସପୋର୍ଟ ଅନ୍ତର୍ଭୁକ୍ତ କରାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି କି, ଜାପାନ ଦୀର୍ଘ ୫ ବର୍ଷ ଧରି ଶକ୍ତିଶାଳୀ ପାସପୋର୍ଟ ରାଙ୍କର ଏକ ନମ୍ବର ସ୍ଥାନରେ ରହିଥିଲା । କିନ୍ତୁ ଚଳିତଥର ପ୍ରକାଶିତ ରିପୋର୍ଟରେ ତୃତୀୟ ସ୍ଥାନକୁ ଖସିଛି । ଏକ ଦଶନ୍ଧି ପୂର୍ବରୁ ଏକ ନମ୍ବର ସ୍ଥାନରେ ରହିଥିବା ଆମେରିକା କିନ୍ତୁ ଏବେ ଅଷ୍ଟମ ସ୍ଥାନରେ ରହିଛି । ତେବେ ତାଲିକାର ନିମ୍ନରେ ରହିଛି ଆଫଗାନିସ୍ତାନ । ଯାହାର ନାଗରିକ ବିନା ଭିସାରେ ମାତ୍ର ୨୭ଟି ଦେଶ ପରିଦର୍ଶନ କରିପାରିବେ ।