ରାଜ୍ୟଗୋଷ୍ଠୀ କ୍ରୀଡା : ହକି ଫାଇନାଲରେ ପ୍ରବେଶ କଲା ଭାରତ

192

କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡାରେ ହକି ଫାଇନାଲରେ ପ୍ରବେଶ କରିଛି ଭାରତ । ଗତକାଲି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିବାରୁ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇନଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ଲଗାତର ଦୁଇଟି ଗୋଲ ଦେଇଥିଲା ଭାରତ । ତୃତୀୟ କ୍ୱାର୍ଟରରେ ଭାରତ କୌଣସି ଗୋଲ କରିପାରିନଥିଲା । ହେଲେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ ସୁଝାଇ ଦେଇଥିଲା । ଶେଷ କ୍ୱାର୍ଟରରେ ଦୁଇଟି ଗୋଲ ହୋଇଥିବା ବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଫଳରେ ୩-୨ରେ ଭାରତ ମ୍ୟାଚ୍ ଜିତି ଫାଇନାଲକୁ ଯାଇଛି । ଏହା ସହ ହକିରୁ ପୁରୁଷ ଦଳ ଭାରତ ପାଇଁ ଅତିକମ୍ରେ ରୌପ୍ୟ ପଦକ ପକ୍କା କରିଛନ୍ତି ।