ମହାନାୟକ ମେନ ଇନ ବ୍ଲ୍ୟୁ : ବୟାନବେର ବାଜିଗର , ସଚିନଙ୍କ ସଟରେ ଚିତପଟାଙ୍କ ପାକିସ୍ତାନ

430
କନକ ବ୍ୟୁରୋ : ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ବିଶ୍ୱକପର ସବୁଠୁ ବଡ ହାଇଭୋଲ୍ଟେଜ୍ ମ୍ୟାଚ ଅନୁଷ୍ଠିତ ହେବ। ମାଞ୍ଚେଷ୍ଟରର ଓଲଡ ଟ୍ରାଫୋର୍ଡ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଉଭୟ ଦେଶଙ୍କ ମଧ୍ୟରେ କୂଟନୈତିକ ସ˚ପର୍କ ବିଷୟରେ କାହାକୁ ଅଛପା ନାହିଁ। ହେଲେ କ୍ରିକେଟ କଥା ଯେତେ ବେଳେ ଆସେ ଏହା କୌଣସି ଯୁଦ୍ଧଠାରୁ କମ୍ ନୁହେଁ। ଏହି ମ୍ୟାଚ ପାଇଁ ଅନେକ ଦିନ ଆଗରୁ ଗଣମାଧ୍ୟମରେ ଲଢେଇ ଆରମ୍ଭ ହୋଇ ସାରିଥିଲା ବେଳେ ରବିବାର ମ୍ୟାଚକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହା କେବଳ ଏକ ମ୍ୟାଚ ନୁହେଁ ଦୁଇ ଦେଶଙ୍କ ପାଇଁ ମହାଯୁଦ୍ଧ ସଦୃଶ। ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପ୍ରେ ୬ଥର ମୁକାବିଲା ହୋଇଥିଲା ବେଳେ ପ୍ରତ୍ୟେକ ଥର ମେନ୍ ଇନ୍ ବ୍ଲୁ ବିଜୟୀ ହୋଇ ଆସୁଛନ୍ତି। ଏବେ ସପ୍ତମ ମୁକାବିଲାରେ କୋହଲି ବାହିନୀ ଏହି ପରମ୍ପରା ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛନ୍ତି।
ଅଷ୍ଟ୍ରେଲିଆରେ ଆୟୋଜିତ ଏହି ବିଶ୍ବକପରେ ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଭାରତ ୪୩ ରନ୍ରେ ବିଜୟୀ ହୋଇଥିଲା। ମହମ୍ମଦ ଆଝାରୁଦ୍ଦିନ୍ ଟସ୍ ଜିତି ବ୍ୟାଟି˚ କରିଥିଲା ବେଳେ ଭାରତ ୪୯ ଓଭରରେ ୭ ୱିକେଟ ବିନିମୟରେ ୨୧୬ ରନ୍ ସ˚ଗ୍ରହ କରିଥିଲା। ସଚିନ ତେନ୍ଦୁଲକର ଅପରାଜିତ ୫୪ ରନ୍ କରିଥିଲାବେଳେ ଅଜୟ ଜାଡେଜା ୪୬, ଆଝାରୁଦ୍ଦିନ୍ ୩୨, ବିନୋଦ କାମ୍ବଲି ୨୪ ଓ ନିମ୍ନ କ୍ରମରେ କପିଳ ଦେବ ୩୫ ରନ୍ ଯୋଡିଥିଲେ। ପାକିସ୍ତାନ ପାଇଁ ମୁସ୍ତାକ ଅହମ୍ମଦ ୩, ଆକ୍ବିବ ଜାଭେଦ ୨ ୱିକେଟ ନେଇଥିଲେ। ଜବାବରେ ଭାରତୀୟ ପେସ୍ ଆକ୍ରମଣକୁ ସାମ୍ନା କରିନପାରି ପାକିସ୍ତାନ ୧୭୩ ରନରେ ଆଉଟ ହୋଇଥିଲା। ଭାରତ ପାଇଁ କପିଳ ଦେବ, ମନୋଜ ପ୍ରଭାକର, ଜାଭାଗଲ ଶ୍ରୀନାଥ ଦୁଇଟି ଲେଖାଏଁ ୱିକେଟ ନେଇଥିଲା ବେଳେ ପାକିସ୍ତାନର ପ୍ରାରମ୍ଭିକ ଖେଳାଳି ଅମୀର ସୋହେଲ ୬୨, ଜାଭେଦ ମିଆଁଦାଦ୍ ୪୦ ରନ୍ ସ˚ଗ୍ରହ କରିଥିଲେ। ଅର୍ଧଶତକ ସହ ୧ ଵିକେଟ ନେଇଥିବା ସଚିନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।