ପୁଲିସ କାର୍ଯ୍ୟାଳୟରୁ ହଟିବ କାଗଜପତ୍ର ! ହାଇଟେକ୍ ହେବ ଥାନା

32

କନକ ବ୍ୟୁରୋ: ତଦନ୍ତ ଅଫିସର ବ୍ୟବହାର କରିବେ ଲ୍ୟାପଟପ । ହାଇଟେକ ହେବ ଥାନା । ଥାନାରେ କାର୍ଯ୍ୟକାରୀ ହେବ ଅନଲାଇନ ବ୍ୟବସ୍ଥା । ପୋଲିସ କମ୍ପ୍ୟୁଟରୀକରଣକୁ ପରବର୍ତ୍ତୀ ସୋପାନକୁ ନେବା ପାଇଁ ଓଡିଶା ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ।

ଜାତୀୟ ଇ- ଗଭର୍ଣ୍ଣାସ ଅଧୀନରେ ୬୧ କୋଟି ଟଙ୍କା ଖର୍ଚ୍ଚ କରି ଅପରାଧ-ଅପରାଧୀ ନେଟୱର୍କ ସିଷ୍ଟମ କାର୍ଯ୍ୟକାରୀ କରାଯାଉଛି । ଆଜି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରି ଆରକ୍ଷୀ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସା ଶର୍ମା କହିଛନ୍ତି, ବ୍ୟାଙ୍କଗୁଡିକରେ ଯେଉଁଭଳି କୋର ବ୍ୟାଙ୍କିଂ ବ୍ୟବସ୍ଥା ହୋଇଛି, ଥାନାକୁ ମଧ୍ୟ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଯେତେ ଶୀଘ୍ର ସମ୍ଭବ ଥାନାର ଷ୍ଟେସନ ଡାଏରୀକୁ ମଧ୍ୟ କାଗଜ କଲମରେ ନ ଲେଖି କେବଳ କମ୍ପ୍ୟୁଟର ମାଧ୍ୟମରେ ଲିପବଦ୍ଧ କରିବାକୁ ଉଦ୍ୟମ କରାଯାଉଛି । ତଦନ୍ତକାରୀ ଅଫିସରମାନେ ଯେଭଳି ଲ୍ୟାପଟପ,ଟ୍ୟାବ ଓ ମୋବାଇଲ ବ୍ୟବହାର କରି ନିଜ କାମ କରିପାରିବେ ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।