ହସ୍ପିଟାଲ ବେଡ଼ରେ ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନ ! ସୁଟିଂ ସେଟରେ ହଠାତ୍ ହୋଇପଡ଼ିଲେ ଅସୁସ୍ଥ

51

କନକ ବ୍ୟୁରୋ: ୟସରାଜ୍ ବେନରର ସବୁଠୁ ବ୍ୟୟବହୁଳ ଫିଲ୍ମ ଥଗ୍ସ ଅପ୍ ହିନ୍ଦୋସ୍ତାଁର ସୁଟିଂ ସେଟରେ ଏଭଳି ଏକ ଓଜନିଆ କଷ୍ଟଟ୍ୟୁମ୍ ପିନ୍ଧି ସୁଟିଂ କରୁଥିଲେ ବଲିଉଡର ମହାନାୟକ ଅମିତାଭ୍ ବଚ୍ଚନ । ଆଉ ସୁଟିଂ ସେଟରେ ଅଚାନକ୍ ଅସୁସ୍ଥ ଅନୁଭବ କରିଥିଲେ ବିଗବି । ତୁରନ୍ତ ତାଙ୍କୁ ଯୋଧପୁର ହସ୍ପିଟାଲରେ ଭର୍ତି କରାଗଲା । ଆଉ ଏହା ପରେ ମୁମ୍ବାଇରୁ ଯୋଧପୁରରେ ପହଂଚିଥିଲେ ବିଶେଷଜ୍ଞ ଡାକ୍ତରୀ ଦଳ । ଅଭିତାଭଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏବେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଅମିତାଭ୍ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ।

ବଲିଉଡର ସବୁଠୁ ଲୋକପ୍ରିୟ ଅଭିନେତା ଅଭିତାଭ ବଚ୍ଚନ ଅସୁସ୍ଥ ଥିବାର ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବିଗ୍-ବି ନିଜ ବ୍ଲଗ୍୍ରେ ଏନେଇ ସୂଚନା ଦେଇଥିଲେ । ନିଜ ବ୍ଲଗରେ ଅଭିତାଭ ଲେଖିଛନ୍ତି କି, ‘ମୁଁ ଆସନ୍ତାକାଲି ମୋର ଡାକ୍ତରୀ ଦଳକୁ ମୋର ଶରୀରର ପରୀକ୍ଷା ପାଇଁ ଡାକିବି । ସେମାନେ ମୋତେ ପୁଣି ଥରେ ସୁସ୍ଥ କରି ଦେବେ । ମୁଁ ବିଶ୍ରାମ ନେବି ଏବଂ ଆଗକୁ କ’ଣ ହେବ ମୁଁ ଆପଣମାନଙ୍କୁ ସୂଚିତ କରୁଥିବି’

ତେବେ ବ୍ଲଗ୍ ଜରିଆରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅମିତାଭ୍ ବଚ୍ଚନ ଅସୁସ୍ଥ ଅନୁଭବ କରୁଥିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ପ୍ରଥମେ ଖବର ଆସିଲା-ସୁଟିଂ ସେଟ୍ ଛାଡ଼ି ଅମିତାଭ୍୍ ରାଜସ୍ତାନରୁ ମୁମ୍ବାଇ ଆସିବେ । ହେଲେ କିଛି ସମୟ ପରେ ମୁମ୍ବାଇରୁ ଡାକ୍ତରୀ ଦଳ ପହଂଚିଥିଲା ଯୋଦପୁରରେ । ତେବେ ଓଜନିଆ ପୋଷାକ ଯୋଗୁଁ ତାଙ୍କ ପିଠି, ଅଂଟା ଓ ବେକରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି ଜୟା ବଚ୍ଚନ ।

ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ଏବେ କୋଟି କୋଟି ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି ସତ, ହେଲେ ଏହି ଘଟଣା ପୁଣି ଥରେ ୮୦ଦଶକର ସେହି ଘଟଣାକୁ ମନେ ପକାଇ ଦେଇଥିଲା । ଯେତେବେଳେ କୁଲି ଫିଲ୍ମର ସୁଟିଂ ବେଳେ ଗୁରୁତର ଆହତ ହୋଇ ପଡ଼ିଥିଲେ ଅମିତାଭ୍ । ଫିଲ୍ମରେ ଏକ ଫାଇଟିଂ ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଗୁରୁତର ଆହତ ହୋଇପଡ଼ିଥିଲେ ଅମିତାଭ୍ ।