ଗୌତମ ଗମ୍ଭୀରଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ । ସୁରକ୍ଷା ଯୋଗାଇଦେବାକୁ ଡିସିପିଙ୍କୁ ଚିଠି ଲେଖିଲେ ଗୌତମ ।

957

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ଶାହଦରା ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଗୌତମ । ଅର୍ନ୍ତଜାତୀୟ ନମ୍ବରରୁ ଫୋନ କରି ମୋତେ ଓ ମୋ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି ବୋଲି କହିଛନ୍ତି ଗୌତମ ଗମ୍ଭୀର । ତେଣୁ ଏହି ମାମଲାରେ ଏତଲା ଦାୟର କରିବା ସହ ମୋ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ଗମ୍ଭୀର ।

ମିଳିଥିବା ସୂଚନା ମୁତାବକ, ଦୁଇ ଦିନ ପୂର୍ବରୁ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏନେଇ ଆଜି ଏତଲା ଦାୟର କରିଛନ୍ତି ଗୌତମ । ଆତଙ୍କବାଦ ଓ ପାକିସ୍ତାନକୁ ନେଇ ସର୍ବଦା କଡା ଟିପ୍ପଣୀ ଦେଇ ଆସୁଥିବା ଗମ୍ଭୀରଙ୍କୁ ପୂର୍ବରୁ ଏଭଳି ଅନେକଥର ଧମକ ମିଳିଛି । ଖାସକରି ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଗୌତମଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି ।