ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇବା ପାଇଁ କ’ଣ କ’ଣ ଖାଇବେ . . . . ଜାଣନ୍ତୁ ?

123

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଦିନଚର୍ଯ୍ୟା ଏବଂ ଖାଦ୍ୟପେୟରେ ପୋଷକ ତତ୍ତ୍ୱର ଅଭାବ କାରଣରୁ ରକ୍ତା ଅଭାବ ଏକ ସାଧାରଣ କଥା ହୋଇଗଲାଣି । ରକ୍ତ ଅଭାବର ସମସ୍ୟା ପାଇଁ ବ୍ୟକ୍ତିକୁ ଏମିନିଆ

ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯାହାଦ୍ୱାରା ରକ୍ତରେ ହିମୋଗ୍ଲୋବିନର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ । ତେବେ ଆଜି ଆସନ୍ତୁ ଆଲୋଚନା କରିବା କ’ଣ କ’ଣ ସେବନ କରି ଆପଣ ଆପଣଙ୍କ ଶରୀରରେ ବହୁତ ଶୀଘ୍ର ରକ୍ତର ମାତ୍ରାକୁ ବଢ଼ାଇ ପାରିବ ।

୧. ସବୁଜ ପନିପରିବା- ପାଳଙ୍ଗ, ମେଥି, ମଟର, ପତ୍ରକୋବି ଏବଂ ଧନିଆ ଭଳି ପରିବାରେ ଭରପୁର ମାତ୍ରାରେ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ରହିଥାଏ। ଏହା ଶରୀରର ରକ୍ତର ଅଭାବକୁ ପୂରଣ କରିଥାଏ । ଏହି କାରଣରୁ ଆପଣ ଆପଣଙ୍କ ଖାଦ୍ୟରେ ଏହାକୁ ନିଶ୍ଚୟ ସାମିଲ୍ କରନ୍ତୁ ।

୨. ଡାଳିମ୍ବ- ସାଧାରଣତଃ ଡାଳିମ୍ବରେ ଆଇରନ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ। ଏହା ରକ୍ତର ଅଭାବକୁ ବହୁତ ଶୀଘ୍ର ପୂରଣ କରିଥାଏ ।

୩. ଖଜୁରୀ- ଖଜୁରୀରେ ଫାଇବର୍, ଆଣ୍ଟିଆକ୍ସିଡ଼େଣ୍ଟ୍, ଆଇରନ୍ ଏବଂ ଭିଟାମିନ୍-ଏ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ । ଏହା ଶରୀରରେ ରକ୍ତର ଅଭାବକୁ ପୂରଣ କରିବାରେ ବିଶେଷ ରୂପରେ ସହାୟକ ହୋଇଥାଏ । ତେଣୁ ଆପଣ ପ୍ରତ୍ୟକ ଦିନ କ୍ଷୀର ସହିତ ଖଜୁରୀକୁ ମିଶ୍ରଣ କରି ସେବନ କରନ୍ତୁ ।

୪. ବିଟ୍ – ବିଟ୍ ଖାଇବା ରକ୍ତ ଅଭାବକୁ ପୂରଣ କରିବାର ସବୁଠୁ ଭଲ ଉପାୟ । ଆପଣ ଆପଣଙ୍କର ପସନ୍ଦ ଅନୁଯାୟୀ ଯଥା ସାଲାଡ଼ରେ ବା ଏହାକୁ ଜୁସ୍ କରି ବ୍ୟବହାର କରିପାରନ୍ତି ।

୫. ଗୁଡ଼ – ରକ୍ତର ଅଭାବ ପାଇଁ ମଧ୍ୟ ଗୁଡ଼ ସେବନ ଅନ୍ୟ ଏକ ପ୍ରକାରର ବିକଳ୍ପ ଅଟେ । ଏଥିରେ ରହିଥିବା ଆଇରନ୍ ରକ୍ତର ଅଭାବକୁ ଅତିଶୀଘ୍ର ପୂରଣ କରିଥାଏ ।