ପୁଣି ମନେ ପଡିଲେ ବାଜପେୟୀ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥି

ଅଟଳଙ୍କ ସ୍ମୃତି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

727

କନକ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ । ଏହି ଅବସରରେ ଦିଲ୍ଲୀରେ ବାଜପେୟୀଙ୍କ ସମାଧୀ ସ୍ଥଳରେ ଆୟୋଜନ ହୋଇଛି ବିଶାଳ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ବାଜପେୟୀଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ଏହି ଅବସରରେ ବାଜପେୟୀଙ୍କ ସ୍ମୃତି ଚାରଣ କରିଛନ୍ତି ସଭିଏଁ । ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଆଖି ବୁଜିଥିଲେ ।

ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍ଏସର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍ଏ ପରେ ପରେ ସେ କାନପୁରରେ ଏଲ୍ଏଲ୍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ୟ୍ୟରେ ନିଷ୍ଠାର ସହ ଲାଗିଥିଲେ । ପ୍ରଥମ ଥର ପାଇଁ ୧୯୫୭ରେ ସଂସଦର ସଦସ୍ୟ ରୂପେ ଚୟନ ହୋଇଥିଲେ । ୧୯୫୦ର ପ୍ରାରମ୍ଭରେ ଆରଏସଏସର ପତ୍ରିକା ଚଳାଇବା ପାଇଁ ବାଜପେୟୀ ଲ’ ପାଠ ପଢ଼ା ଅଧାରେ ଛାଡ଼ି ଦେଇଥିଲେ ।

ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ । ବ୍ରିଟିଶ ଶାସନକୁ ବିରୋଧ କରି କିଶୋର ଅବସ୍ଥାରୁ ହିଁ ବାଜପେୟୀ କିଛି ସମୟ ପାଇଁ ଜେଲ ଯାଇଥିଲେ । ଅଟଳ ବିହାରୀ ବାଜପେୟୀ ୯୦ ଦଶକରେ ବିଜେପି ଦଳ ସ୍ଥାପନା କରିବା କ୍ଷେତ୍ରରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବାଜପେୟୀଙ୍କ ବ୍ୟକ୍ତିତ୍ୱ ଯୋଗୁଁ ସେହି ସମୟରେ ନୂଆ ସହଯୋଗୀ ଦଳ ଗୁଡ଼ିକ ବିଜେପି ସହ ଯୋଡ଼ି ହୋଇଯାଇଥିଲେ ।ଆରଏସଏସ ଓ ଜନସଂଘ ସହ ଯୋଡ଼ି ହେବା ପୂର୍ବରୁ ବାଜପେୟୀ କିଛି ସମୟ ପାଇଁ ସାମ୍ୟବାଦ ସମ୍ପର୍କରେ ମଧ୍ୟ ଆସିଥିଲେ । ଅଟଳ ବିହାରୀ ବାଜପେୟୀ ୧୯୫୧ ଠାରୁ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସେ ୧୯୫୫ ରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ସେତେବେଳେ ସେ ନିର୍ବାଚନରେ ପରାଜିତ ହୋଇଥିଲେ । ଏହାପରେ ସେ ୧୯୫୭ରେ ସାଂସଦ ହୋଇଥିଲେ ।

ଅଟଳ ବିହାରୀ ବାଜପେୟୀ ମୋଟ୍ ୧୦ ଥର ଲୋକସଭା ସାଂସଦ ହୋଇଥିଲେ । ଅନ୍ୟପଟେ ସେ ୨ ଥର ୧୯୬୨ ଓ ୧୯୮୬ରେ ରାଜ୍ୟସଭା ସାସଂଦ ମଧ୍ୟ ଥିଲେ । ଏହି ସମୟରେ ସେ ଉତ୍ତର ପ୍ରଦେଶ, ନୂଆ ଦିଲ୍ଲୀ ଓ ମଧ୍ୟ ପ୍ରଦେଶରେୁ ଲୋକସଭା ନିର୍ବାଚନ ଲଢ଼ିଥିିଲେ ଓ ଜିତ୍ ହାସଲ ମଧ୍ୟ କରିଥିଲେ । ଆଉ ସେହିଠାରୁ ସେ ଗୁଜରାଟରୁ ରାଜ୍ୟସଭା ପହଞ୍ଚିଥିଲେ । ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜେପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ଭାରତ ଓ ପାକିସ୍ତାନ ମତଭେଦ ଦୂର କରିବା ପାଇଁ ସବୁବେଳେ ଚେଷ୍ଟାରତ ଥିଲେ