ଦିପାବଳୀରେ ଦିଲ୍ଲୀରେ ଫୁଟିବନି ବାଣ: ସୁପ୍ରିମକୋର୍ଟ କହିଲେ, ଜାରି ରହିବ ବ୍ୟାନ

72

କନକ ବ୍ୟୁରୋ: ଦିଲ୍ଲୀରେ ବାଣ ଉପରେ ଲାଗିଥିବା ବ୍ୟାନ ଏଥ ଦିପାବଳୀରେ ବି ଜାରି ରହିବ । ବିଜେପି ନେତା ମନୋଜ ତିୱାରୀ ଏନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ସେହି ଯାଚିକାରେ ବାଣ ଉପରେ ଲାଗିଥିବା ବ୍ୟାନ ସଂସ୍କୃତି ବିରୋଧୀ ବୋଲି ଦର୍ଶା ଯାଇଥିଲା । ହେଲେ ସୁପ୍ରିମକୋର୍ଟ ପୁଣି ସ୍ପଷ୍ଟ କରି କହିଛନ୍ତି କି ବାଣ ଉପରେ ଲାଗିଥିବା ପ୍ରତିବନ୍ଧର ହଟାଯିବ ନାହିଁ ।

ମନୋଜ ତିୱାରୀ ନିଜ ଯାଚିକାରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ କୁହାଯାଇଥିଲା, ଆଗାମୀ ୨ ବର୍ଷ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ବ୍ୟାନ ଲାଗିବ । ତେବେ ଏହାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି କଣ ଆପଣ ପ୍ରଦୂଷଣର ସ୍ଥିତି ଦେଖାନାହାନ୍ତି ।