ଶୀତ ଦିନରେ ଗୁଡ଼ ଖାଇଲେ ମିଳେ ଅନେକ ଲାଭ ! ପ୍ରତିଦିନ କରନ୍ତୁ ସେବନ

100

ଶୀତ ଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶରୀରକୁ ଉଷୁମ ରଖିବା ଜରୁରୀ । ଆଭ୍ୟନ୍ତରୀଣ ଅଙ୍ଗ ଉଷୁମ ନ ରହିଲେ ଅନେକ ରୋଗ ସମସ୍ୟାରେ ପଡିପାରନ୍ତି । ଏହି ସମସ୍ୟାରୁ ବଂଚିବା ପାଇଁ ଗୁଡ଼ ଖାଇବା ଭଲ । ଗୁଡ଼ରେ ରହିଛି ଆଂଟି ଅକ୍ସିଡେଂଟ, ଯେଉଁଥି ପାଇଁ ଫୁସଫୁସକୁ ଠିକ ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ଦିଏ । ଔଷଧୀୟ ଗୁଣରେ ଭରପୁର ଗୁଡ଼ । ଥଣ୍ଡାଜନିତ ହେଉଥିବା ଅନେକ ରୋଗରୁ ମୁକ୍ତି ଦିଏ ଗୁଡ଼ । ତେବେ ଆସନ୍ତୁ ଜାଣିବା ଗୁଡ଼ ଖାଇବା ଦ୍ୱାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ପାଇ ପାରିବା ।

ପେଟ ସମସ୍ୟା – ଗୁଡ଼ ସହ କଳା ଲୁଣ ମିଶାଇ ଖାଆନ୍ତୁ । ଏହା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ ସମସ୍ୟା, ଭୋକ ନ ଲାଗିବା, ଓ ପେଟ ସମସ୍ୟାରୁ ମୁକ୍ତି ପାଇପାରିବେ । ଏହା ବ୍ୟତୀତ ଭୋଜନ କରିସାରିବା ପରେ ଗୁଡ଼ ଖାଇଲେ ହଜମକ୍ରିୟାକୁ ମଧ୍ୟ ଠିକ ରଖିଥାଏ ।

ଉଚ୍ଚ ରକ୍ତଚାପ- ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଗୁଡ଼ ଖାଇବା ଉପଯୋଗୀ । ଏହା ବ୍ୟତୀତ ପ୍ରତିଦିନ କ୍ଷୀର ସହ ଗୁଡ଼ ମିଶାଇ ପିଇବା ଦ୍ୱାରା ହାଡ଼ ମଜଭୁତ ରହିଥାଏ ।

ଥଣ୍ଡା ଜ୍ୱର ସମସ୍ୟା- କଳା ଲଙ୍କା, ଅଦା ଓ ଗୁଡ଼କୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଜ୍ୱର ଦୂର ହୁଏ । ଯଦି ଆପଣ ଗୁଡ଼ ଓ ଅଦାକୁ ଗରମ କରି ଖାଇବେ ତେବେ ଗଳା ଜନିତ ସମସ୍ୟାକୁ ତୁରନ୍ତ ଆରମ ମିଳିବ ।

ଆଲର୍ଜି ସମସ୍ୟା- ଥଣ୍ଡା ଦିନେ ଚର୍ମ କୁଂଚିତ, ଆଲର୍ଜି, ସଂକ୍ରମଣ ଭଳି ରୋଗ ସମସ୍ୟା ବଢିଯାଏ । ଏଥିରୁ ବଂଚିବା ପାଇଁ ଗୁଡ଼ ଖାଇବା ଉପଯୋଗୀ ।

ଋତୁଶ୍ରାବ ସମସ୍ୟା- ଋତୁଶ୍ରାବ ହେବା ଏକ ସପ୍ତାହ ପୂର୍ବରୁ ଏକ ଚାମଚ ଗୁଡ଼ ଖାଆନ୍ତୁ । ଯାହା ଫଳରେ ପେଟ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ ।

କାନ ସମସ୍ୟା- ଥଣ୍ଡା ଦିନରେ କିଛି ଲୋକ କାନ ସମସ୍ୟାରେ ପଡିଥାନ୍ତି । ଏହି ସ୍ଥିତିରେ ଘିଅ ସହ ଗୁଡ଼ ମିଶାଇ ଖାଆନ୍ତୁ । କାନ ସମସ୍ୟାରୁ ତୁରନ୍ତ ଆରାମ ମିଳିବ ।