୯ ମାର୍ଚ୍ଚଠାରୁ ରିଲିଜ ହେବ ନାହିଁ କୌଣସି ବି ସିନେମା ! ହେଲେ କାହିଁକି ?

29

ପ୍ରକୃତ ଘଟଣାଟି ହେଲା, ଏଭଳି କଟକଣା ଜାରି ହୋଇଛି କର୍ଣ୍ଣାଟକ ଭଳି ରାଜ୍ୟରେ । ତେବେ କର୍ଣ୍ଣାଟକ ସିନେପ୍ରେମୀଙ୍କ ପାଇଁ ଏହା ଏକ ଚିନ୍ତାଜନକ ବିଷୟ ହୋଇପାରେ । ବାସ୍ତବରେ ଆସନ୍ତା ସପ୍ତାହ ୯ ମାର୍ଚ୍ଚରୁ କର୍ଣ୍ଣାଟକର ପ୍ରେକ୍ଷାଳୟରେ କୌଣସି ବି ଦକ୍ଷିଣ ଭାରତୀୟ ସିନେମା ପ୍ରଦର୍ଶନ ହେବ ନାହିଁ ।

ମିଳିଥିବା ସୂଚନା ମୁତାବକ, ଏହି ସମୟରେ ଡିଜିଟାଲ ସର୍ଭିସ ପ୍ରୋଭାଇଡର ଏବଂ କର୍ଣ୍ଣାଟକ ଫିଲ୍ମ ଚ୍ୟାମ୍ବର ବା ସାଉଥ ଇଣ୍ଡିଆନ ଫିଲ୍ମ ଚ୍ୟାମ୍ବରରେ ମତଭେଦ ଚାଲୁଛି । ଫିଲ୍ମ ଚ୍ୟାମ୍ବର ଅଭିଯୋଗ କରିଛି ଯେ, ଡିଜିଟାଲ ସର୍ଭିସ ପ୍ରୋଭାଇଡର ଖୁବ ଅଧିକ ଭର୍ଚୁଆଲ ପ୍ରିଂଟ ଫିସ ନେଉଛି । ତେଣୁ ଯେଉଁ ପର୍ଯ୍ୟନ୍ତ ଏହି ମାମଲାର ସମାଧାନ ନହୋଇଛି ସେହି ପର୍ଯ୍ୟନ୍ତ ସିନେମାଘରେ କୌଣସି ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଦର୍ଶନ ହେବ ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଦକ୍ଷିଣ ଭାରତରେ ଶୁକ୍ରବାରକୁ କନ୍ନଡ଼,ତାମିଲ,ମଲୟାଲାମ ଓ ତେଲୁଗୁ ଫିଲ୍ମ ମୁଖ୍ୟତଃ ରିଲିଜ ହୋଇଥାଏ । କିନ୍ତୁ ୯ ମାର୍ଚ୍ଚ ଠାରୁ ସିନେ ପ୍ରେମୀ ମାନେ ଏହି ସୁଯୋଗରୁ ବଂଚିତ ହେବେ । ତେବେ କର୍ଣ୍ଣାଟକରେ କେତେକ ବଲିଉଡ ଫିଲ୍ମ ହିନ୍ଦୀର ଡବିଂ ପରେ ରିଲିଜ ହୁଏ । ତେବେ ଏହାର ବ୍ୟାନ ଏହା ବଲିଉଡ ଫିଲ୍ମ ଉପରେ ପ୍ରଭାବ ପକାଇବାରେ ।