ଚେକିଙ୍ଗ ବେଳେ ଏଆରଟିଓର ଦୁଇ କନଷ୍ଟେବଳଙ୍କୁ ଟ୍ରକ ଚଢାଇ ହତ୍ୟା । ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ।

2,661

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସୁଲତାନପୁରରେ ଘଟିଛି ହରିୟାଣା ପରି ଆଉ ଏକ ଘଟଣା । ଚେକିଙ୍ଗ ପାଇଁ ଯାଇଥିବା ଏଆରଟିଓ କନଷ୍ଟେବଳ ଓ ଡ୍ରାଇଭରଭାବେ କାର୍ଯ୍ୟ କରୁଥିବା ଅନ୍ୟଜଣେ କନଷ୍ଟେବଳଙ୍କୁ ଟ୍ରକ୍ ମଡାଇ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଅଭଯୁକ୍ତ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।

ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଏଆରଟିଓର ଟିମ୍ ଚେକିଙ୍ଗ କରୁଥିଲେ । ଏହି ସମୟରେ ଆଗରୁ ଆସୁଥିବା ଏକ ଟ୍ରକକୁ ଠାରି ଗାଡି ସାଇଡ କରି ରଖିବାକୁୁ କୁହାଯାଇଥିଲା । ହେଲେ ଟ୍ରକ୍ ଡ୍ରାଇଭର ଜାଣିଶୁଣି ସ୍ପିଡ ବଢାଇ ସେଠାରେ ଛିଡା ହୋଇଥିବା ଏଆରଟିଓର ଜଣେ କନଷ୍ଟେବଲ ଓ ଡ୍ରାଇଭର ଉପରେ ଗାଡି ମଡାଇ ଚାଲିଯାଇଥିଲା । କିଛି ବାଟ ଯିବାପରେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଟ୍ରକ୍ ଛାଡି ପଳାଇଥିଲା ।