ବୋମା ଥିବା ଖବର ପରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ପାଟଣା ବିମାନବନ୍ଦରରେ ଖାନତଲାସି ।

177

କନକ ବ୍ୟୁରୋ: ଗୁରୁବାର ଦିନ ଏକ ଇଣ୍ଡିଗୋ ବିମାନ (୬ଇ-୨୧୨୬) ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ମୋବା ଥିବା ଖବର ଜଣେ ଯାତ୍ରୀ ଦାବି କରିବା ପରେ ପାଇଲଟ୍ ବିମାନକୁ ପାଟଣା ଜରୁରୀକାଳୀନ ଅବତରଣ କରିଥିଲା । ନିଜ ବ୍ୟାଗରେ ବୋମା ଥିବା ଯାତ୍ରୀ ଜଣକ ଦାବି କରିଥିଲେ। ତେବେ ବୋମା ସ୍କ୍ୱାଡ୍ ତାଙ୍କ ବ୍ୟାଗ୍ ଯାଞ୍ଚ କରିବା ପରେ କୌଣସି ବୋମା ମିଳିନଥିଲା। ଏହି ଯାତ୍ରୀଙ୍କ ଉପରେ ଏଯା,ଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିନାହିଁ ।ପାଟଣା ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ସନ୍ଧାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଲାସି କରିଥିଲେ । ହେଲେ ନା ଯାତ୍ରୀଙ୍କ ବ୍ୟାଗରୁ ନା ଅନ୍ୟ କେଉଁଠାରୁ କିଛି ମିଳିନଥିଲା ।

ସମ୍ବାଦ ଏଜେନ୍ସି ରିପୋର୍ଟ ମୁତାବକ, ଯାତ୍ରୀ ଜଣକ ବିମାନରେ ବୋମା ଅଛି ବୋଲି ଦାବି କରିବା ପରେ ପାଇଲଟ୍ ବିମାନକୁ ଡିବୋର୍ଡ କରିଥିଲେ । ଏହାପୂର୍ବରୁ ମଧ୍ୟ ଏକ ଇଣ୍ଡିଗୋ ବିମାନର ୱିଙ୍ଗରେ ନିଆଁ ଲାଗିବାରୁ ପାଟଣା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।