ଶାସକଙ୍କୁ ସାତ୍ ଖୁନ୍ ମାଫ୍ : ପ୍ରଦୀପ ମାଝୀଙ୍କୁ ଗିରଫ କଲେ ଦେବେଶ୍ ବେଳେ ଚୁପ୍

59

ବରଗଡ : ଦୁଇ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ । ବରଗଡରେ ବିଜେଡିର ହଙ୍ଗାମା । ରାଜ୍ୟ ବନାମ କେନ୍ଦ୍ର ବିବାଦର ଉଗ୍ର ହିଂସାତ୍ମକ ଚିତ୍ର । କୁହାଯାଉଛି ,ଏ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ ହେଉଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଯାହାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା -୧୪୭ । ଅର୍ଥାତ୍ ଦଙ୍ଗା ସୃଷ୍ଟି କରିବା । ଧାରା ୧୪୮ – ବେଆଇନ ଭାବେ ଏକାଠି ହେବା ଓ ଦଙ୍ଗା ସୃଷ୍ଟି କରିବା । ୩୦୭ – ହତ୍ୟା ଉଦ୍ୟମ । ୩୫୩ – ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା । ୩୪୧ – ଜୋର ଜବରଦସ୍ତ ଅଟଳାଇବା । ୨୯୪ – ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ୫୦୬ -ଧମକ୍ ଦେବା । ଏସବୁ ଭିତରୁ ୩୫୩ ,୩୦୭ ଓ ୫୦୬ ହେଉଛି ସବୁଠାରୁ ସଂଗୀନ । ଏହି ଦଫାରେ ମାମଲା ରୁଜ୍ଜୁ ହେଲେ ମିଳିବ ନାହିଁ ବେଲ୍ । ହେଲେ ଦେବେଶ୍ ଶାସକ ଦଳର ବିଧାୟକ ହୋଇଥିବାରୁ ପୁଲିସର ହାତ ଖାଲି । ଯାହାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ ।

କେଉଁଠି ଅଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ । ଗିରଫ ନକରି କାହିଁକି ଚୁପ୍ ବସିଛି ବରଗଡ ପୁଲିସ୍ । ଏହି ଘଟଣାରେ ପ୍ରଥମ ଦଫାରେ ପୁଲିସ୍ ୧୬ ଜଣ ବିଜେଡି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦ୍ୱିତୀୟ ଦଫାରେ ୧୪ ଜଣଙ୍କ ନାଁରେ ଏତଲା ହୋଇଛି । ଆଉ ତା ଭିତରେ ଅଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ । ସେପଟେ ଦେବେଶଙ୍କ କ୍ଷେତ୍ରରେ ଚୁପ୍ ଥିବା ପୁଲିସ୍ ,କଂଗ୍ରେସ୍ ନେତା ପ୍ରଦୀପ ମାଝୀଙ୍କୁ କେମିତି ଗିରଫ କଲା । କାହିଁକି ରାଜନୀତିର ଚକ୍ରବ୍ୟୁହରେ ପେଶି ହୋଇଯାଉଛି ଓଡିଶା ପୁଲିସ୍ । ଯାହା ବିରୋଧିଙ୍କ ସମାଲୋଚନା ନିଆଁରେ ଘିଅ ଢାଳିଛି । ସେପଟେ ବିଜେଡିର ବରିଷ୍ଠ ନେତା ବି କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ।
ପ୍ରଦୀପ ଓ ଦେବେଶ । ରାଜନୀତି ନାଁରେ ଉଭୟ କରିଥିଲେ ହଙ୍ଗାମା । ପ୍ରଦୀପ ଗଲେ ଜେଲ । ଦେବେଶ ବିଜେଡି ନେତା ହୋଇଥିବାରୁ ,ତାଙ୍କ ପାଇଁ ସାତ୍ ଖୁନ୍ ମାଫ୍ ।