ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଟୁଇଟର ଆକାଉଣ୍ଟରୁ ଚୋରି ହେଉଛି ତଥ୍ୟ ! ମୋଦିଙ୍କ ନିକଟରେ ଅଭିଯୋଗ କଲେ ସମ୍ପର୍କୀୟ ।

30

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ଟୁଇଟର୍ ଆକାଉଣ୍ଟରୁ ତଥ୍ୟ ଚୋରି ହେଉଛି ବୋଲି ତାଙ୍କର ଜଣେ ସଂପର୍କୀୟ ଶୈଖ୍ ଦାଓ୍ଵଦ୍ କାଲାମ ଅଭିଯୋଗ ଆଣିଛନ୍ତି । କାଲାମ ସେଣ୍ଟରର ଆଡମିନ୍ ସେହି ଆଇଟିକୁ ତାଙ୍କ ସଂପର୍କୀୟଙ୍କୁ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଛନ୍ତି ଦାଓ୍ଵଦ ।

ଦାଓ୍ଵଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ନିବେଦନ ପତ୍ରରେ ଲେଖିଛନ୍ତି ଯେ ‘୨୦୧୬ ମସିହାରେ ପୂର୍ବତନ ରାଷ୍ଟ୍ରପତି କାଲାମଙ୍କ ମୃତ୍ୟୁ ପରେ ତାଙ୍କର ଆସିଷ୍ଟାଣ୍ଟ୍ ଶ୍ରୀଜନପଲ୍ ସିଂହଙ୍କୁ ତାଙ୍କ ଆକାଉଣ୍ଟ୍ କାଲାମଙ୍କ ଭାଇଙ୍କୁ ପ୍ରଦାନ କରିବାକୁ କହିଥିଲେ ।

ମାତ୍ର ସିଂହ, ଯିଏକି କାଲାମଙ୍କର ଜଣେ ପାର୍ଟ-ଟାଇମ୍ କର୍ମଚାରୀ ଭାବେ କାର୍ୟ୍ୟ କରନ୍ତି ଓ ଇଣ୍ଡିଆନ୍ ମିଲିଟାରି ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ତାଙ୍କୁ ମଧ୍ୟ ଦାଓ୍ଵଦ କାଲାମଙ୍କ ନାମରେ ଏକ ନୂଆ ଟୁଇଟର୍ ପେଜ୍ ଖୋଲି ସଂପର୍କୀୟଙ୍କୁ ଆଡମିନ୍ ରଖିବାକୁ କହିଥିଲେ । ମାତ୍ର ସେ ବି ଆକାଉଣ୍ଟ୍ ଖୋଲି ନଥିଲେ । ଦାଓ୍ଵଦ ଅଭିଯୋଗ ଆଣିଛନ୍ତି ଯେ ସିଂହ କାଲାମଙ୍କ ଟୁଇଟର୍ ଆକାଉଣ୍ଟରୁ ତଥ୍ୟ ଚୋରି କରି ତାହାକୁ ନେଇ ସେଣ୍ଟର୍ ଆକାଉଣ୍ଟରେ ରଖୁଛନ୍ତି ।